ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କର ହୃଦଘାତରେ ପରଲୋକ

ଯାଜପୁର ସଦର, ୨୪/୨/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ଜୟସିଂହଡ଼ା ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବୈଷ୍ଣବ ଚରଣ ଜେନାଙ୍କର ହୃଦଘାତ ହେବାରୁ ଶ୍ରୀ ଜେନା ସମସ୍ତଙ୍କୁ ପରକରି ଆରପାରକୁ ଚାଲି ଯାଇଥିବା ବେଳେ, ବୈଷ୍ଣବ ଚରଣ ଜେନା ଧର୍ମଶାଳା ତହସିଲରେ କିରାଣୀ ଭାବେ ସରକାରୀ ଚାକିରି କରି ଶ୍ରୀ ଜେନା ଅବସର ନେଇଥିଲେ । ଅବସର ପରେ ନିଜ ଗ୍ରାମ ଜୟସିଂହଡ଼ାରେ ସରକାରୀ ଚାକିରୀରୁ ଅବସର ନେଇ ବିଭିନ୍ନ ସଂଗଠନରେ ଜଡ଼ିତ ଥିଲେ । ଜୟସିଂହଡ଼ା ଗ୍ରାମରେ ବରିଷ୍ଠ ବୁଦ୍ଧିଜିବୀ ଭାବରେ କାର୍ଯ୍ୟକରିବା ସହିତ ଆଖପାଖ ୧୦ଖଣ୍ଡି ଗ୍ରାମରେ ବୈଷ୍ଣବ ଚରଣ ଜେନା ବେଶ ପରିଚିତ ଥିଲେ । ତାଙ୍କରି ପ୍ରଚେଷ୍ଠାରେ ଜୟସିଂହଡ଼ା ଗ୍ରାମରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଶ୍ରୀ ଜେନା କରିବା ସହିତ ବନ୍ଧଡିହ ତାଙ୍କର ଶ୍ରୀ ଜେନାଙ୍କର କର୍ମସ୍ଥଳୀ ଭାବରେ ବନ୍ଧଡିହ ଗ୍ରାମ ଠାରୁ ଆରମ୍ଭ କରି ୧୦ ଗୋଟି ପଞ୍ଚାୟତର ଜଣେ ବୟୋଜେଷ୍ଠ ଭାବେ ଏବଂ ଜୟସିଂହଡ଼ା ଗ୍ରାମରେ ମୁରବୀ ଭାବରେ ବୈଷ୍ଣବ ଚରଣ ଜେନା ବେଶ ପରିଚିତ ଥିଲେ । ହଠାତ୍ ସକାଳ ୭ ଘଟିକା ସମୟରେ ନିଜ ଗ୍ରାମ ଜୟସିଂହଡ଼ାରେ ଗାଧୋଇ ସାରି ଦେବ ଦେବ ମହାଦେବଙ୍କୁ ଦର୍ଶନ କରି ଘରକୁ ଯାଇ ବୃନ୍ଦାବତୀ (ଚଉରାରେ) ପାଣି ଦେଉଥିବା ସମେରେ ହାର୍ଟଚୋକ୍ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କ ପରିବାର ମେଡିକାଲକୁ ନେବା ବାଟରେ ମୃତୁ୍ୟ ଘଟିଥିଲା । ମୃତୁ୍ୟ ବେଳକୁ ଶ୍ରୀ ଜେନାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ତାଙ୍କ ମର ଶରୀରକୁ ବିରାଟ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ହରିନାମ ସତ୍ୟ ହେ, ରାମ ନାମ ସତ୍ୟ ହେ, ହରିବଲୋ ହରିବୋଲ ଉଚ୍ଚାରଣ କରି ଶ୍ମଶାନକୁ ନିଆଯାଇଥିଲା । ତାଙ୍କ ମର ଶରୀରକୁ ସଂସ୍କାର କରାଯାଇ ଶୋକାକୁଳ ପରିବେଶରେ ବନ୍ଧୁ ପରିବାର ବର୍ଗ ସବୁଦିନ ପାଇଁ ଶ୍ରୀ ଜେନାଙ୍କୁ ହରାଇ ଥିଲେ । ତାଙ୍କ ବଡ଼ ପୁଅ ବିରଜା ପ୍ରସାଦ ଜେନା(କୁନା) ମୁଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ବହୁ ବୁଦ୍ଧିଜିବୀ ଅବସରପ୍ରାପ୍ତ କର୍ମଚାରୀ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରଭୁ ଜଗନ୍ନାଥ କରନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Related Posts

About The Author

Add Comment