ଯାଜପୁର ସଦର, ୦୭ା୧୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତ ନିକଟସ୍ଥ ବ୍ରହ୍ମବରଦା ଥାନା ପୋଲିସ ନିରୁର୍ଦ୍ଧିଷ୍ଟ ହୋଇଥିବା ଏକ ନାବାଳିକାକୁ ଉଦ୍ଦାର କରିବା ସହିତ ଡାକ୍ତର ମାଇନା ପାଇଁ ଧର୍ମଶାଳା ମେଡିକାଲକୁ ପଠାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଦିର୍ଘ ୭ ମାସ ହେଲା ଏହି ନାବାଳିକାକୁ ଅପହରଣ କରାଯାଇଥିବାକୁ ନେଇ ବ୍ରହ୍ମବରଦା ଥାନାରେ ଏକ ଅଭିଯୋଗ କରାଯାଇଥିବା ବେଳେ, ସେହି ଦିନ ଠାରୁ ବ୍ରହ୍ମବରାଦ ପୋଲିସ ନାବାଳିକାକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲା । ବ୍ରହ୍ମବରଦା ପୋଲିସ ପକ୍ଷରୁ ୫୩/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ, ଆଜି କୌଣସି ସୁତ୍ରରୁ ଖବର ପାଇ ନାବାଳିକାକୁ ବ୍ରହ୍ମବରଦା ପୋଲିସ ଉଦ୍ଧାର କରିବା ସହିତ ବ୍ରହ୍ମବରଦା ଥାନା ଅଧିକାରୀ ଶରତ କୁମାର ନାୟକ ଧାରା ୧୦୧ ଅନୁଯାୟୀ ଜଣେ ମହିଳା ପୋଲିସ ଅଧିକାରୀଙ୍କ ଦ୍ୱାରା ଧାରା ୧୬୪ ଅନୁଯାୟୀ ଜଣେ ମହିଳା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଡାକ୍ତରୀ ମାଇନା ଓ ଶିଶୁମଙ୍ଗଳ ଅଧିକାରୀ ଡବ୍ଲୁ ସି ଙ୍କ ନିକଟରେ ଉଭୟ ନାବାଳିକା ଏବଂ ତାର ମାର ବୟାନ ସଂଗ୍ରହ କରିବା ପରେ ଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦୋଷୀଙ୍କ ବିରୋଧରେ ଗ୍ରହଣ କରାଯିବା ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଅପହରଣ କରିନେଇଥିବା ନାବାଳିକାକୁ ବ୍ରହ୍ମବରଦା ପୋଲିସ ଉଦ୍ଧାର କଲା
|
November 9, 2023 |


