ଅନ୍‌ଲାଇନ୍‌ ଠକେଇ ଉପରେ କିପରି ଲାଗିବ ଲଗାମ୍

Spread the love

ବାରିପଦା, 10.02.2021 (ସନ୍ଧାନ ନିଉଜ୍) :-  ଦିନକୁ ଦିନ ସବୁ କିଛି ଧିରେ ଧିରେ ଡିଜିଟାଲାଇଜ୍‌ ହେଉଛି । ଏଥି ସହିତ ଅନ୍‌ଲାଇନ୍‌ କାରବାର ବୃଦ୍ଧି ପାଇବାରେ ଲାଗିଛି । ଯାହାର ଫାଇଦା ଉଠାଉଛନ୍ତି ସାଇବର ଆପରାଧୀ । କିଛି ସେକେଣ୍ଡ୍‌ ଭିତରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଭାରତ ସରକାର ଅନ୍‌ଲାଇନ୍‌ ମାଧ୍ୟମରେ ହୋଉଥିବା ଏହି ଅପରାଧ ଉପରେ ଅଙ୍କୁଶ ଲଗାଇବା ପାଇଁ ଲଗାତାର କାମ କରୁଛନ୍ତି । ଏନେଇ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ସାଇବର୍‌ କ୍ରାଇମ୍‌ ପାଇଁ ନୂଆ ସେବା ଆରମ୍ଭ କରିଛନ୍ତି । ଏହି ଯୋଜନାକୁ ତିନି ଶ୍ରେଣିରେ ବିଭାଗ କରାଯାଇଛି ।

ପ୍ରଥମ ଭାଗ :- ଏହି ଯୋଜନା ଦ୍ୱାରା ଚାଇଲ୍ଡ ପୋନୋଗ୍ରାଫି, ବଳତ୍କାର, ଆତଙ୍କବାଦ, କଠୋର ପନ୍ଥୀ ରାଷ୍ଟ୍ର ବିରୋଧୀ ଏବଂ ଅନ୍‌ଲାଇନ୍ ଅପରାଧଗୁଡ଼ିକର ଚିହ୍ନଟି କରି ସରକାରଙ୍କ ପାଖରେ ରିପୋର୍ଟ ଦାଖଲ କରାଯିବ ।

ଦ୍ୱିତୀୟ ଭାଗ:-  ଏହି ସେବା ଜରିଆରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଯିବ । ଏଥିରେ ଦେଶର ନାଗରିକ ତଥା ମହିଳା, ପୁରୁଷ, ଛୁଆ, ଗାଁ ଲୋକଙ୍କୁ ସଚେତନତା ମାଧ୍ୟମରେ ସତର୍କ କରାଯିବ । 

ତୃତୀୟ ଭାଗ:-  ଏହି ସେବା ମଧ୍ୟରେ ସାଇବର୍‌ ଏକ୍ସପର୍ଟ- ସାଇବର୍‌ କ୍ରାଇମ୍‌, ଫରେଂନ୍ସିକ୍‌, ନେଟ୍‌ୱାର୍କ ଫରେଂନ୍ସିକ୍‌, ଭାଇରସ୍‌ର ତର୍ଜମା, ମେମୋରି ତର୍ଜମା, ଫଟୋଗ୍ରାଫି ଭଳି ବିଭାଗ ରହିବ । 

ତେବେ ଏହି ସାଇଟ୍‌ରେ ସ୍ୱୟଂସେବକ ଭାବେ ରେଜିଷ୍ଟ୍ରେସନ୍‌ କରିବା ପାଇଁ ନିଜେ ପଞ୍ଜିକରଣ କରିବାକୁ ପଡ଼ିବ । ଏଥିରେ କିଛି ବ୍ୟକ୍ତିଗତ ବିବରଣୀ ଯେପରି ନିଜ ନାମ, ପିତାଙ୍କ ନାମ, ମାତାଙ୍କ ନାମ, ମୋବାଇଲ୍‌ ନମ୍ୱର, ଇମେଲ୍‌ ଆଦି ଦେବାକୁ ପଡ଼ିବ ।

Related Posts

About The Author

Add Comment