ଅନ୍ତର୍ଜାତୀୟ ଅଦାଲତଙ୍କ ଆଦେଶ- ୟୁକ୍ରେନ୍ ଉପରେ ତୁରନ୍ତ ଯୁଦ୍ଧ ବନ୍ଦ କରୁ ରୁଷିଆ

Spread the love

କିଭ୍‌, ୧୮/୦୩ (ସନ୍ଧାନ ନିଉଜ): ଗତମାସ ୨୪ ତାରିଖ ଠାରୁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବଡ଼ ରାୟ ଶୁଣାଇଛନ୍ତି । ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ୍ ରୁଷିଆକୁ ଆଦେଶ ଦେଇଛନ୍ତି ଯେ, ୟୁକ୍ରେନ୍ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରୁ । ବୁଧବାର ଶୁଣାଣି କରି କୋର୍ଟ ରୁଷିଆ ସମର୍ଥିତ ଦେଶଙ୍କୁ ଏହି ମାମଲାରେ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ଆଇସିଜେ କହିଛନ୍ତି ଯେ, କୋର୍ଟ ଯାହା ନିଷ୍ପତ୍ତି ନେବେ ଏହାକୁ ସମସ୍ତେ ମାନିବାକୁ ବାଧ୍ୟ ହେବେ ।

ଏହାରି ମଧ୍ୟରେ ଆଇସିଜେ ରୁଷିଆ ସାମ୍ନାରେ ୟୁକ୍ରେନ୍‌ର ସୈନିକଙ୍କ ଦ୍ୱାରା ଅସ୍ତ୍ର ପ୍ରୟୋଗ ନ କରିବାକୁ ପ୍ରଶଂସା କରାଯାଇଛି । କୋର୍ଟ କହିଛନ୍ତି ଯେ, ରୁଷିଆ ଆକ୍ରମଣ ଯୋଗୁଁ ୟୁକ୍ରେନ୍‌ର ଜନସାଧାରଣ, ସୈନିକ ଓ ରାଷ୍ଟ୍ରପତି ଜେଲେନ୍‌ସ୍କି ମୁକାବିଲା କରିଛନ୍ତି । କୋର୍ଟ ରୁଷିଆର ସମର୍ଥିତ ଦେଶକୁ ସେନା ସହଯୋଗ ନ କରିବା ପାଇଁ ଅପିଲ କରିଛନ୍ତି ।

ଆଇସିଜେଙ୍କ ଏହି ନିଷ୍ପତ୍ତି ଉପରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ଖୁସି ହୋଇଛନ୍ତି । ଜେଲେନ୍‌ସ୍କି କହିଛନ୍ତି ଯେ, ୟୁକ୍ରେନ୍ ଅନ୍ତର୍ଜାତୀୟ ଅଦାଲତରେ ରୁଷିଆ ବିରୋଧରେ ନିଜର ମାମଲାରେ ବିଜୟୀ ହୋଇଛନ୍ତି । ଆଇସିଜେ ଆକ୍ରମଣକୁ ତୁରନ୍ତ ରୋକିବାକୁ ଆଦେଶ ଦେଇଛନ୍ତି । ଏହି ଆଦେଶ ଅନ୍ତର୍ଜାତୀୟ ଆଇନ ଭାବେ ବାଧ୍ୟକାରୀ । ରୁଷିଆକୁ ଏହା ଅନୁପାଳନ କରାଯିବା ଦରକାର ।  ସୂଚନାଯୋଗ୍ୟ, ରୁଷିଆ ଏହା ପୂର୍ବରୁ ଗତ ୭ ତାରିଖରେ ହୋଇଥିବା ଶୁଣାଣିକୁ ଶୁଣି ନଥିଲା ।

Related Posts

About The Author

Add Comment