ଅନ୍ତଃରାଜ୍ୟ ଗଞ୍ଜେଇ କାରବାର: ୩ ଗିରଫ

Spread the love

ବ୍ରହ୍ମପୁର, ୨୨/୭ (ସନ୍ଧାନ ନିୟୁଜ) : ଅନ୍ତଃରାଜ୍ୟ ନିଶା କାରବାର ଗୋଷ୍ଠୀର ତିନି ଜଣଙ୍କୁ ହିଞ୍ଜିଳି ଥାନା ପୋଲିସ ଧରିବା ପରେ କନ୍ଧମାଳରୁ ଦେଶର ରାଜଧାନୀ ନୂଆଦିଲ୍ଲୀ ଯାଏଁ ନିଶା କାରବାରର ବ୍ୟବସାୟିକ ସମ୍ପର୍କ ଥିବା ସ୍ପଷ୍ଟ ହୋଇଛି। ଗତକାଲି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପୁଲିସ ପକ୍ଷରୁ ଖଣ୍ଡରା ଛକ ନିକଟରେ ପେଟ୍ରୋଲିଂ ହେଉଥିବା ସମୟରେ ପୁଲିସ ସନ୍ଦେହରେ ଏକ କାର୍ କୁ ଅଟକାଇଥିଲେ। ଯାଂଚ ବେଳେ ଗାଡ଼ିରେ ଡ଼ାଲି ଓ ମସଲା ପ୍ୟାକେଟ୍ ଅଛି ବୋଲି ଗାଡ଼ିରେ ବସିଥିବା ତିନିଜଣ ଯୁବକ କହିଥିଲେ। ତେବେ ପୁଲିସ ଯାଂଚ ବେଳେ ଗଞ୍ଜେଇ ଭର୍ତ୍ତି ଦୁଇଟି ପ୍ୟାକେଟ୍ ଥିଲା ଓ ପୋଲିସ ତାହା ଜବତ କରିଥିଲେ। ଯାହାର ଓଜନ ଯଥାକ୍ରମେ ୩୬ କିଲୋ ଓ ୯କିଲୋ ରହିଥିଲା। ଗାଡ଼ିରେ ବସିଥିବା ୩ଜଣ ଯୁବକ ଆଶିଷ କୁମାର, ନାନହକ୍ ରାଏ ଓ ହିମାଂଶୁ ଓରଫ୍ ସୁରୋଜ କୁମାରକୁ ପୁଲିସ ଜେରା କରିବା ପରେ ସେମାନେ ଏହି ଗଞ୍ଜେଇ କନ୍ଧମାଳରୁ ଆଣି ଦିଲ୍ଲୀ ଅଭିମୁଖେ ନେଇ ଯାଉଥିବା ସ୍ୱୀକାର କରିଥିଲେ। ଏହା ପରେ ପୁଲିସ ଗଞ୍ଜେଇ ଓ କାର୍ ଜବତ କରିବା ସହ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Related Posts

About The Author

Add Comment