ଅଧ ପନ୍ତରିଆ ହୋଇ ପଡିଛି ଥଣ୍ଡା ପାଣି ବ୍ୟବସ୍ଥା ସୁନ୍ଦରଗଡ଼

Spread the love

 ତା:୨୨-0୯-୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ତଲସରା ଛକ ଯାତ୍ରୀ ପ୍ରତୀକ୍ଷାଳୟ ଠାରେ ପ୍ରଶାସନ ତରଫରୁ ଏକ ଥଣ୍ଡା ପାଣି ପ୍ଲାନିଂ କରିଥିବା ବେଳେ ତାହା ଅଧ ପନ୍ତରିଆ ହିସାବ ରେ ପଡି ରହିଥିବା ଦେଖିବାକୁ ମିଳିଛି l ତଲସରା ବସ ପ୍ରତୀକ୍ଷାଳୟ ଥିବା ବେଳେ ଛତିଶଗଡ, ଝାରଖଣ୍ଡ ର ସୀମାନ୍ତ ଛକ ଅଟେ l ଉକ୍ତ ଛକ ଟି ତଲସରା ନିର୍ବାଚନ ର କେନ୍ଦ୍ର ବିନ୍ଦୁ କହିଲେ ଅତ୍ୟୁକ୍ତି ହେବ ନାହିଁ l ଏହି ସ୍ଥାନ କୁ ଚାରି ଦିଗ ରୁ ଅସଂଖ୍ୟ ଲୋକ ଯା ଆସ କରିଥାନ୍ତି କିନ୍ତୁ ଦୁଃଖ ର ବିଷୟ ଏହି ସ୍ଥାନ ରେ ପିଇବା ପାଣି ର ବ୍ୟବସ୍ଥା ନାହିଁ l ଏନେଇ ଏଠାରେ ପ୍ରଶାସନ ତରଫରୁ ଏକ ଥଣ୍ଡା ପାଣି ପ୍ଲାନିଂ ର ବ୍ୟବସ୍ଥା କରା ଯାଇଥିବା ବେଳେ ତାହା ଅବ୍ୟବସ୍ଥା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି l କେବେ ହେବ ଏହି ଛକ ରେ ଥଣ୍ଡା ପାଣି ପ୍ଲାନିଂ ର ବ୍ୟବସ୍ଥା ବୋଲି ଜନ ସାଧାରଣ ରେ ପ୍ରକାଶ ପାଇଥିବା ଜଣା ପଡିଛି l ଅତି ଶୀଘ୍ର ଉକ୍ତ ଥଣ୍ଡା ପାଣି ପ୍ଲାନ ର ସୁବିଧା କରାଯାଉ ବୋଲି ଜନ ସାଧାରଣ ପ୍ରଶାସନ କୁ ଦାବି କରିଛନ୍ତି l

Related Posts

About The Author

Add Comment