ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା

Spread the love

ଯାଜପୁର, ତା ୧୨ା୦୧ : ଯାଜପୁର ଜିଲ୍ଲାରେ ଅବସ୍ଥାପିତ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକଙ୍କର କଟକ ଜିଲ୍ଲାକୁ ଚକବନ୍ଦି ବିଭାଗର ଅତିରିକ୍ତ ଆୟୁକ୍ତ ଭାବେ ବଦଳି ହୋଇଚ୍ଥି । ଏହି ଉପଲକ୍ଷେ ଗତକାଲି ବୁଧବାର ସଂଧ୍ୟାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଭବନ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଲ, ଜିଲ୍ଲା ପରିଷଦ ଅଶୋକ କୁମାର ବେଊରିଆ, ଊପଜିଲ୍ଲାପାଳ ଗୋପିନାଥ କୁଅଁର ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାର ବିଡିଓ , ତହସିଲଦାର ମାନେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମଲ୍ଳିକଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ଜିଲ୍ଲାପାଳ ଶ୍ରୀ ରାଠୋର ତାଙ୍କ ବକ୍ତବ୍ୟରେ କହିଲେ ଯେ, ବିଶ୍ୱ ମହାମାରୀ କୋଭିଡ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଳିକ କାର୍ଯ୍ୟରେ ଯୋଗଦାନ କରିବା ସଂଗେ ସଂଗେ ଦକ୍ଷତାର ସହ କୋଭିଡ ମୁକାବିଲାରେ ଯେଭଳି କାର୍ଯ୍ୟ କରିଚ୍ଥନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ଅଟେ । ଆଜି ମଧ୍ୟ ଗୁରୁବାର ସଂଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଏକ ସମ୍ୱର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଦୁଃଖବନ୍ଧୁ ନାୟକ ସଭାପତିତ୍ୱ କରି କହିଲେ ଯେ, ଦୀର୍ଘ ୨ ବର୍ଷ ରୁ ଊର୍ଦ୍ଧ୍ୱ ଶ୍ରୀ ମଲ୍ଳିକ ରାଜସ୍ୱ ବିଭାଗର କାର୍ଯ୍ୟକୁ ଅତି ଦକ୍ଷତାର ସହ ସମ୍ପାଦନ କରିଚ୍ଥନ୍ତି । ଶ୍ରୀ ମଲ୍ଳିକଙ୍କ ତ୍ୱରିତ ସେବା ମନୋଭାବ, କର୍ତ୍ତବ୍ୟନିଷ୍ଠ, ଅମାୟିକ ବ୍ୟବହାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଆଦର୍ଶ ଭାବେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟରଷ୍ଟାପଂ କମିଟି ତରପଂରୁ ଶ୍ରୀ ମଲ୍ଳିକଙ୍କୁ ପୁଷ୍ପଗୁଚ୍ଚ୍ଥ, ଉତ୍ତରୀୟ ଓ ଉପଢୈାକନ ଦେଇ ସମ୍ୱର୍ଦ୍ଧନା କରାଯାଇଥିଲା । ଏହି ବିଦାୟକାଳୀନ ସମ୍ୱର୍ଦ୍ଧନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର କୁଳମଣି ନାୟକ, କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ଡେପୁଟି କଲେକ୍ଟର, ନିଜାରତ, ସାଧାରଣ ଓ ବିବିଧ ତିଳୋତ୍ତମା ପୃଷ୍ଟି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଓ.ଏସ୍‌.ଡି. ତରଣୀସେନ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳିକ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ସୁବାଷ ସାମଲ, ଜିଲ୍ଲା ସଂସ୍ଥା ଅଧିକାରୀ ଅଲେଖ ମହାରଣ. ସମସ୍ତ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଅଧିକାରୀ ଶ୍ରୀ ମଲିକଙ୍କ କାର୍ଯ୍ୟଦକ୍ଷତା ଉପରେ ବକ୍ତବ୍ୟ ରଖିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପ୍ରକାଶ ଥାଊ କି, ଜିଲ୍ଲା ପ୍ରଶାସନ ଓ କଲୋକ୍ଟୋରେଟ ଷ୍ଟାପଂ କମିଟି ତରପଂରୁ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କୁ ସ୍ୱାଗତ କରାଯାଇଥିଲା ।

Related Posts

About The Author

Add Comment