କରଞ୍ଜିଆ : 16/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶାନାମା ଅନୁଯାୟୀ ଏଣିକି ସମସ୍ତ ଘରୋଇ ସ୍ୱୟଂଶାସିତ ମହାବିଦ୍ୟାଳୟ ଗୁଡିକର ପରିଚାଳନା ସମିତିରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଭାପତି ରହିବେ । ପୂର୍ବରୁ ଉପଜିଲ୍ଲାପାଳମାନେ ସମସ୍ତ ମହାବିଦ୍ୟାଳୟଗୁଡିକର ପରିଚାଳନା ସମିତିର ସଭାପତି ଭାବେ କାର୍ଯ୍ୟ କରିଆସୁଥିବା ବେଳେ ମହାବିଦ୍ୟାଳୟର କର୍ମଚାରୀ ଓ ଅଧାପନା ମଣ୍ଡଳୀ ସଠିକ ସମୟରେ ନିଜର ଦରମା ସହ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନା କରିଆସୁଥିଲେ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ଏକମାତ୍ର ଘରୋଇ ଅଟୋ ମହାବିଦ୍ୟାଳୟ ଭାବେ କରଞ୍ଜିଆ ସ୍ଵୟଂଶାସିତ ମହାବିଦ୍ୟାଳୟ ଥିବା ଏବଂ ପ୍ରତ୍ୟେକ ଜରୁରୀ କାର୍ଯ୍ୟରେ ୧୩୦ କିମି ଦୁର ବାରିପଦାସ୍ଥିତ ଏଡିଏମ କାର୍ଯ୍ୟାଳୟକୁ ଯିବା ବର୍ଭମାନ ଦୁର୍ବିସହ ହୋଇପଡିଛି । ଏହି ମହାବିଦ୍ୟାଳୟରେ ଗତ ୨୦୧୯ ମସିହା ନଭେମ୍ବର ୮ ତାରିଖରେ ପରିଚାଳନା ସମିତିର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବାପରେ ନୂତନ ପରିଚାଳନା ସମିତି ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗର ଅନୁମୋଦନ ସକାଶେ ପଠାଯାଇଥୁବା ବେଳେ ଅଦ୍ୟାବଧୂ କୌଣସି ନିର୍ଦ୍ଦେଶାନାମା ନଆସିବାରୁ କରଞ୍ଜିଆ ଉପଜିଲ୍ଲାପାଳ ସଭାପତି କାର୍ଯ୍ୟ ତୁଲାଇଆସୁଥିବା ଦେଖାଯାଇଛି । ୟୁଜିସି ଗାଇଡ଼ଲାଇନ ଅନୁଯାୟୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଗୁଡ଼ିକରେ ଜିଲ୍ଲାପାଳ ସଭାପତି ରହିବେ। ବୋଲି ଉଲ୍ଲେଖ ଥିବା ସମୟରେ ଆଜି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ୩୩୨୫୪ ଅନୁଯାୟୀ ଯେଉଁ ଜିଲାରେ ଏକାଧୁକ ଏଡିଏମ ଥିବେ ତନ୍ମଧ୍ୟରୁ ଜଣଙ୍କୁ ସଭାପତି ଭାବେ ଜିଲ୍ଲାପାଳ ମନୋନୀତ କରିବେ ବୋଲି ପ୍ରାବଧାନ ଅଛି ।ଏଥିସହ ପରିଚାଳନା ସମିତିର ପୁନର୍ଗଠନ ହେବା ପର୍ଯ୍ୟନ୍ତ ଏଡିଏମ ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।
ଅଟୋ ମହାବିଦ୍ୟାଳୟରେ ଏଡିଏମ ସଭାପତି ରହିବା ପାଇଁ ସରକାରୀ ନିର୍ଦ୍ଦେଶ
|
October 16, 2020 |