ଅଟୋ କୁ ସାମ୍ନା ପଟୁ ଧକ୍କା ଦେଲା କାର-ତିନି ଗୁରୁତର

Spread the love

ଭୁବନେଶ୍ୱର, ୧୬/୦୯/୨୦ (ସନ୍ଧାନ ନିଉଜ/ଦୀପକ ପାଣିଗ୍ରାହୀ) : ମୋରଡା ଥାନା ଅନ୍ତର୍ଗତ ଟୁକପଳାଶିଆ ପୋଲ ତଳେ ଯାଇଥିବା ରାସ୍ତାରେ ଅଟୋ କୁ ସାମ୍ନା ପଟୁ ଆସି ଧକ୍କା ଦେଲା କାର । ଯାତ୍ରୀ ଙ୍କୁ ନେଇ ଯାଉଥିବା ଅଟୋ କୁ ପୋଡଶୀ ରାଜ୍ୟ ପଶ୍ଚିମବଙ୍ଗ ପଟୁ ଆସୁଥିବା କାର ସାମ୍ନା ପଟୁ ଆସି ଅଟୋ ମଝିରେ ଧକ୍କା ଦେଇଥିଲା । ତେବେ ଅଟୋରେ ୫ଜଣ ଥିଲେ । ପାଞ୍ଚ ଜଣ ମଧ୍ୟ ରୁ ଜଣେ ଛୋଟ ଝିଅ ଥିଲା । ଅଟୋରେ ଥିବା ଯାତ୍ରୀ ମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପଟେ କାର ରେ କେବଳ ଡ୍ରାଇଭର ଥିଲେ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କାର ଡ୍ରାଇଭର ଟି ନିଶାଶକ୍ତ ଅବସ୍ଥାରେ ଥିବା ରୁ ଦୃଘଟଣା ହୋଇଛି । ଉତ୍ୟକ୍ତ ସ୍ଥାନୀୟ ଲୋକମାନେ ନିଶାଶକ୍ତ କାର ଡ୍ରାଇଭର ଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି । ସ୍ଥାନୀୟ ଲୋକମାନଙ୍କ ମଧ୍ୟ ରେ କିଛି ସମୟ ଧରି ଉତ୍ତେଜନା ଦେଖାଯାଇଥିଲା କିନ୍ତୁ ଘଟଣା ସ୍ଥଳରେ ମୋରଡା ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଗୁରୁତର ଆହତ ମାନଙ୍କୁ ଅଗ୍ନଶମ ଗାଡ଼ିରେ କିଶାନତାଣ୍ଡି ଡାକ୍ତରଖାନା କୁ ପଠାଯାଇଛି । ଅଟୋରେ ଥିବା ସମସ୍ତ ଯାତ୍ରୀ ଖୁଣ୍ଟାପାଳ ଅଞ୍ଚଳର ବୋଲି ଜଣାପଡିଛି ।

Related Posts

About The Author

Add Comment