ଅଜଣା ରୋଗକୁ ନେଇ ଆତଙ୍କ ଘଟଣା : ଗାଁରେ ପହଞ୍ଚିଲେ ଡାକ୍ତର ଦଳ

Spread the love

ବାଲିଗୁଡା,୩୦/୯/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଦେଖାଯାଇଛି। ଏ ନେଇ ବିଭିନ୍ନ ଗଣ ମାଧ୍ୟମରେ  ଖବର ପ୍ରକାଶିତ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଯାଇଛି। ଖବର ପାଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଭ୍ରାମ୍ୟମାଣ ଚିକିତ୍ସା ଦଳ ଡାକ୍ତର ଅମ୍ବିକା ପ୍ରସାଦ ଶତପଥିଙ୍କ ନେତୃତ୍ୱରେ ଉକ୍ତ ଗାଁରେ ଆକ୍ରାନ୍ତଙ୍କୁ ଚିକିତ୍ସା କରିଛନ୍ତି । ଆକ୍ରାନ୍ତ ୧୭ ଜଣଙ୍କୁ ଚିକିତ୍ସା କରାଯାଇ ଏକ ସପ୍ତାହ ପାଇଁ ମାଗଣା ଔଷଧ ପ୍ରଦାନ କରାଯିବା ସହ  ସମସ୍ତ ଆକ୍ରାନ୍ତଙ୍କୁ ଜ୍ୱର ସହ ଏଭଳି ହୋଇନାହିଁ। କିଛି ଲୋକଙ୍କୁ ଜ୍ୱର ସହ ଦେହରେ ଘା’ ହୋଇଥିବା ବେଳେ ଆଉ କିଛି ଲୋକଙ୍କୁ ଦେହ କୁଣ୍ଡାଇ ଏଭଳି ହୋଇଛି। ଏହା ଏକ କୁଣ୍ଡିଆ ରୋଗ। ଏହି ରୋଗ ଏବେ ଚାରିଆଡେ ହେଉଛି। ପୁଣି ସପ୍ତାହ ପରେ ଡାକ୍ତରୀ ଟିମ୍‌ ଲାଦାମାଲା ଗାଁ ପରିଦର୍ଶନରେ ଆସିବେ। ଲୋକଙ୍କୁ ସଫା ସୁତୁରା ରହିବାକୁ ପରାମର୍ଶ ଦିଆଯାଇଛି। ଦେହରେ କୁଣ୍ଡିଆ ହେବା କ୍ଷଣି ନିକଟସ୍ଥ ଆରୋଗ୍ୟ କେନ୍ଦ୍ରକୁ ଯିବାକୁ ଡାକ୍ତର ଶତପଥି ପରାମର୍ଶ ଦେଇଛନ୍ତି। ସୂଚନା ଯୋଗ୍ୟ, ଗତ ଏକ ମାସ ହେଲା ଲାଦାମାଲା ଅଞ୍ଚଳରେ ଲୋକଙ୍କୁ ଜ୍ୱର ହେବା ସହ ଦେହରେ ପାଣି ଫୋଟକା ଭଳି ହୋଇ ଫାଟି ଯିବା ପରେ ତାହା ଘା’ ସୃଷ୍ଟି ହେଉଛି। ଏହି ରୋଗ ଯେଉଁ ପରିବାରରେ ହେଉଥିଲା ପରେ ସମସ୍ତ ସଦସ୍ୟଙ୍କୁ ହେଉଥିବା ଜଣାପଡିଛି।

Related Posts

About The Author

Add Comment