ଅଜଣା ଜନ୍ତୁ ଆକ୍ରମଣରେ ୩ ମେଣ୍ଢା ମୃତ,୪କ୍ଷତାକ୍ତ

Spread the love

ଯାଜପୁର,୫.୬(ସନ୍ଧାନ ନୁ୍ୟଜ/ମାନସ ରାଉତ): ବଡଚଣା ଥାନା ଅଧିନସ୍ଥ ବଡଚଣା ଗ୍ରାମରେ ମଙ୍ଗଳବାର ସକାଳେ ଗଣେଶ୍ୱର ବେହେରାଙ୍କ ମେଣ୍ଢା ଗୁହାଳେ ୩ଟି ମେଣ୍ଢା ମରିପଡିଥିବା ବେଳେ ଅନ୍ୟ ୪ଟି ମେଣ୍ଢା କ୍ଷତାକ୍ତ ଅବସ୍ଥାରେ ପଡିଥିଲେ । ଶ୍ରୀ ବେହେରା ସୋମବାର ବିଳମ୍ବିତ ରାତିରେ ପ୍ରତିଦିନ ପରି ଗୁହାଳେ ମେଣ୍ଢାଗୁଡିକୁ ଖାଦ୍ୟଦେଇ ତାଟି ବନ୍ଦ କରିଥିଲେ । ସକାଳୁ ଉଠି ମୃତ ମେଣ୍ଢା ଗୁଡିକର ଅନ୍ତନଳୀ ପଦାରେ ପଡିଥିବା ଏବଂ ଅନ୍ୟ ମେଣ୍ଢା ଗୁଡିକ ରକ୍ତାତ ଅବସ୍ଥାରେ ଗୁହାଳେ ପଡିରହିଥିଲେ ।

ଏ ସମ୍ପର୍କରେ ବଡଚଣା ପୁଲିସ,ଚଣ୍ଡିଖୋଲ ବନ ଉପଖଣ୍ଡ ଓ ବଡଚଣା ପ୍ରାଣୀଧନ ଚିକିସôା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଖବରପାଇଁ ଏବିଭିଓ ଶାଶ୍ୱତ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି କ୍ଷତାକ୍ତ ମେଣ୍ଢା ଗୁଡିକୁ ଚିକିସôା କରିଥିଲେ । ମୃତ ମେଣ୍ଢା ଗୁଡିକ କୌଣସି ଅଜଣା ଜନ୍ତୁଙ୍କ ଆକ୍ରମଣର ଶିକାର ହୋଇଥାଇ ପାରନ୍ତି ବୋଲି ସନେ୍ଦହ ପ୍ରକଟ କରାଯାଉଛି ।ଚଣ୍ଡିଖୋଲ ବନ ଉପଖଣ୍ଡ ଅଧିକାରୀ ଶଶିକାନ୍ତ ବେହେରାଙ୍କ ନିଦେ୍ର୍ଧଶ କ୍ରମେ ଇପସିତ କୁମାର ନାୟକ ଘଟଣା ସ୍ଥଳ ପରିଦର୍ଶନ କରି ମୃତ ମେଣ୍ଢା ଗୁଡିକରେ କୌଣସି ଜନ୍ତୁଙ୍କ ଦାନ୍ତ ଚିହ୍ନ ନଥିବା ଜଣାଇଛନ୍ତି । ଶ୍ରୀ ବେହେରା ମେଣ୍ଢାଚାଷି କରି ପରିବାର ପ୍ରତିପୋଷଣ କରୁଥିବାରୁ ସରକାରଙ୍କ ପକ୍ଷରୁ କ୍ଷତିପୁରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Related Posts

About The Author

Add Comment