କଳିଙ୍ଗନଗର /୧୬/୧୨/(ସନ୍ଧାନ ନ୍ୟୁଜ )ଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କଳିଙ୍ଗ ନଗର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ବ୍ରିଜ ନିକଟରେ ଦୁର୍ଘଟଣାରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ମୃତ। ସେମାନେ ସ୍ଥାନୀୟ ପଙ୍କପାଳ ଗ୍ରାମର ବୋଲି ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କ ନାମ ଜଳଧର ଦଳାଇ । ଜଳଧର କବାଟବନ୍ଧ ମେଡ଼ିକାଲ ରୁ ନିଜ ସ୍ତ୍ରୀ ଏବଂ ୫ ମାସ ର ଶିଶୁ ପୁତ୍ର କୁ ଚିକିତ୍ସା କରି ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି। ଶିଶୁ ପୁତ୍ର ସୁରକ୍ଷିତ ରହିଛି।ଘଟଣା ସ୍ଥଳରେ ଉତ୍ତେଜନା। ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଜନସାଧାରଣ।ଖବର ପାଇ କଳିଙ୍ଗନଗର ପୋଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଉପରେ ନଜର ରଖିଛି,
ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ, ୫ ମାସର ଶିଶୁ ପୁତ୍ର ସାମାନ୍ୟ ଆହାତ,
|
December 16, 2025 |



