ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

Spread the love

ବାରିପଦା/ବେତନଟୀ, ୩/୯/୨୦ (ସନ୍ଧାନ ନିଉଜ);  ବୈଶିଙ୍ଗା ଥାନା ଅଧୀନ ଗଡ଼ଗଡ଼ିଆ ଗ୍ରାମ ନିକଟରେ ରାସ୍ତା ପାର ହେଉଥିବା ସ୍ଥାନୀୟ ବିପିନ ମହାନ୍ତ (୬୮) ଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଯାଇଥିଲା। ଲୋକେ ବିପିନଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ କେହି ଉଚିତ ସମୟରେ  ନ ପହଂଚିବାରୁ ବିପିନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପ୍ରଚାର ହେବା ପରେ ଗଡ଼ଗଡ଼ିଆ ଓ ଆଖପାଖ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ଠିକ୍ କାମ କରୁ ନଥିବା ଅଭିଯୋଗରେ ତଥା ରାଜପଥର ଉକ୍ତ ସ୍ଥାନରେ ପାଦଚଲା ରାସ୍ତା ନିର୍ମାଣ ଦାବିରେ ଲୋକ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ବାଇଁ, ଏଆଇ ଅନିତା ସ୍ବାଇଁ, ଏସ୍‌ଆଇ ଅନନ୍ତ ଚରଣ ନାୟକ, ଏଏସ୍ଆଇ ହରେନ୍ଦ୍ର ନାଥ ନାଗରି ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଲୋକମାନେ କିଛି ଶୁଣି ନଥିବା ବେଳେ ଆନ୍ଦୋଳନ ଜାରି ରହିଥିଲା । ଅନ୍ୟପକ୍ଷରେ ବେତନଟୀ ଦମକଳ ବାହିନୀ ସହ ଯୋଗାଯୋଗ କରିବାରୁ ବିଭାଗୀୟ ଗାଡ଼ି ବନ୍ୟା ହୂଟିରେ କେନ୍ଦ୍ରାପଡ଼ା ଯାଇଥିବାରୁ ଟିମ୍ ଘଟଣାସ୍ଥଳରେ ପହଂଚି ପାରି ନଥିବା କୁହାଯାଇଥିଲା। ତେବେ ରାତି ପ୍ରାୟ ୮ଟା ବେଳେ ମାଜିଷ୍ଟ୍ରେଟ୍ ଭାବେ ବେତନଟୀ ତଳସିଲଦାର ନମିତା ଧଳ ପହଂଚି ରେଡ଼କ୍ରସ୍ ପକ୍ଷରୁ ଓ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ରାତି ପ୍ରାୟ ୯ଟା ୩୦ ମିନିଟରେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି।

Related Posts

About The Author

Add Comment