Homeଜିଲ୍ଲା ପରିକ୍ରମାକେନ୍ଦୁଝରଅଙ୍ଗନବାଡି ସ୍ୱାମୀଙ୍କୁ ଭୁଜାଲିରେ ଆକ୍ରମଣ ଅଭିଯୋଗ ଅଙ୍ଗନବାଡି ସ୍ୱାମୀଙ୍କୁ ଭୁଜାଲିରେ ଆକ୍ରମଣ ଅଭିଯୋଗ Manas Kumar Rout | June 11, 2020 | Spread the love ହାଟଡ଼ିହି, ୧୦/୦୬ (ସନ୍ଧାନ ନିଉଜ) : ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମରେ ରୋଗୀ ଚିକିତ୍ସା କରିବାକୁ ଯିବା ସମୟରେ ଅଙ୍ଗନବାଡି କର୍ମୀଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ସ୍ୱାମୀଙ୍କୁ ଭୁଜାଲିରେ ଆକ୍ରମଣ କରି ଆହତ କରିଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଅଙ୍ଗନବାଡି କର୍ମୀ ସାବିତ୍ରୀ ଭୁତିଆ ତାଙ୍କ ସ୍ୱାମୀ ମକରଧ୍ୱଜ ଭୁତିଆଙ୍କ ବାଇକରେ ବସି ଅନ୍ତସତ୍ୱା ଥିବା ସୁମ୍ରିତା ବାରିକଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବଚଝିବାକୁ ତାଙ୍କ ଘରକୁ ଯାଉଥବବାବେଳେ ବାଟରେ ଛକି ବସିଥିବା ଗ୍ରାମର ଶରତ କୁମାର ଦାସ, ସୁଶାନ୍ତ ଦାସ, ଜୟନ୍ତ ଦାସ, ରଞ୍ଜନ ଭୁତିଆ ପ୍ରମୁଖ ବ୍ୟକ୍ତିମାନେ ତାଙ୍କୁ ଗାଳିଗୁଲଜ କରି ମଟର ସାଇକେଲରୁ ଘୋଷାରି ଆଣିଥିଲେ । ମକରଧ୍ୱଜ ଏହାକୁ ବିରୋଧ କରିବାରୁ ସେମାନେ ଏକ ଭୁଜାଲିରେ ହାଣି ତାଙ୍କୁ କ୍ଷତାକ୍ତ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ଆକ୍ରମଣ ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଶାଳଣିଆଁ ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାକୁନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ମନରେଗା ଯୋଜନା କାମ ବିବାଦକୁ ନେଇ ଏପରି ହୋଇଥିବା ଶୁଣିବାକୁ ମିଳିଛି । Related Posts ମାର୍କେଟ ରାସ୍ତାରେ ନିୟମିତ ଭିଡ଼,ସୁଧୁରୁନି ଟ୍ରାଫିକ ସମସ୍ୟା! January 4, 2021 | Sandhan News | ଅଧିକ ପଢନ୍ତୁ ବିନା ସୂଚନା ଫଳକରେ ଚାଲିଛି ୫ଟି ସ୍କୁଲ ନିର୍ମାଣ କାର୍ଯ୍ୟ, ନିମ୍ନମାନର କରାଯାଉଥିବା ଅଭିଯୋଗ May 22, 2022 | Manas Kumar Rout | ଅଧିକ ପଢନ୍ତୁ ଜିଲ୍ଳ୍ା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ June 1, 2022 | Sandhan News | ଅଧିକ ପଢନ୍ତୁ ମେଧା ପ୍ରତିଭା : ସୃଷ୍ଟି ଦାସ ମହାପାତ୍ର December 8, 2021 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ବିନା ସୂଚନା ଫଳକରେ ଚାଲିଛି ୫ଟି ସ୍କୁଲ ନିର୍ମାଣ କାର୍ଯ୍ୟ, ନିମ୍ନମାନର କରାଯାଉଥିବା ଅଭିଯୋଗ May 22, 2022 | Manas Kumar Rout | ଅଧିକ ପଢନ୍ତୁ