ଅଗ୍ନିକାଣ୍ଡରେ ୪ବଖରା ବାସଗୃହ ଜଳିଗଲା

Spread the love

ରସୁଲପୁର, ୪/୬(ସନ୍ଧାନ ନିୟୁଜ୍/ଗିତାଞ୍ଜଳୀ ପତି) ରସୁଲପୁର ତହସିଲ ଅଧିନସ୍ଥ ବଡକଇଁଚି ପଂଚାୟତ ଗୋପିନାଥପୁର ରାଜସ୍ୱ ଗ୍ରାମରେ ଆଜି ସକାଳେ ବିଦୁ୍ୟତ୍ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୪ବଖରା ବାସଗୃହ ଜଳି ଯାଇଛି । ଉକ୍ତ ଅଗ୍ନିକାଣ୍ଡରେ ଦୁଇଟି ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଛି । ଖବରପାଇ ରସୁଲପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇ ଥିଲେ । ଗାଁ ଲୋକେ ନିଆଁ ଲିଭାଇବାରେ ସହାୟତା କରିଥିଲେ ।
ଘଟଣାରୁ ପ୍ରକାଶ ସଦାନନ୍ଦ ବାରିକ ଓ ବିଦ୍ୟାଧର ବାରିକଙ୍କ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା । ପରିବାର ଲୋକେ ଘରେ ଯାଇଥିବା ବିଦୁ୍ୟତ ତାର ଯୋଡା ମୁଣ୍ଡରୁ ନିଆଁ ବାହାରି ଥିବାର ଦେଖିବାକୁ ପାଇଥିଲେ । ସେହି ସ୍ଥାନରୁ ଘର ନଥାଣକୁ ନିଆଁ ଲାଗି ଯାଇଥିଲା । ପରିବାର ଲୋକେ ଘରୁ ବିଦୁ୍ୟତ ସଂଯୋଗ କରିବା ପରେ ନିଆଁ ଲିଭାଇ ଥିଲେ । ନିଆଁ ଲିଭାରେ ଗାଁ ଲୋକେ ସାମିଲ ହୋଇଥିଲେ । ପରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ଉକ୍ତ ଅଗ୍ନିକାଣ୍ଡରେ ଘରର ଖଟ, ପଲଙ୍କ, ବାଦାମ, ବିରି, ମୁଗ, ଧାନ ଆଦି ଶସ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ପରିବାର ଲୋକେ ଘର ମଧ୍ୟରେ ଥିବା ଅନ୍ୟ ମୂଲ୍ୟବାନ ଜିନିଷକୁ ପଦାକୁ ବାହାର କରିଦେଇଥିଲେ । ଏ ନେଇ ରସୁଲପୁର ତହସିଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଆଦମପୁର ସର୍କଲର ରାଜସ୍ୱ କ୍ଷେତ୍ରାଧିକାରୀ ରମେଶ ଚନ୍ଦ୍ର ସାହୁ କ୍ଷତିଗ୍ରସ୍ତ ପରିବାରକୁ ଭେଟିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି । ତହସିଲ ପକ୍ଷରୁ ଦୁଇ ପରିବାରକୁ ପଲିଥିନ ଯୋଗାଇ ଦିଆଯାଇଛି ।

ଅନ୍ୟ କ୍ଷୟକ୍ଷତି ସଂପର୍କରେ ରିପୋର୍ଟ ପ୍ରସ୍ତୁତ ହୋଇ ତହସିଲରେ ଦାଖଲ କରାଯାଇଛି । କ୍ଷତିଗ୍ରସ୍ତ ପରିବାରକୁ ଲୁଗାପଟା ଓ ବାସନକୁସନ ପାଇଁ ଆର୍ଥôକ ସହାୟତା ପ୍ରଦାନ କରାଯାବି ବୋଲି ସୂଚନା ମିଳିଛି । ରସୁଲପୁର ବିଡିଓଙ୍କ ପକ୍ଷରୁ ଅଗ୍ନି ବିପନ୍ନ ଦୁଇଟି ପରିବାରକୁ ପକ୍କାଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment