ସୁନ୍ଦରଗଡ, ୧୩/୫/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) ସୁନ୍ଦରଗଡରେ କୋଭିଡ ମହାମାରୀ ଯୋଗୁଁ ଅମ୍ଳଜାନ ଅଭାବରୁ ଅନେକଙ୍କ ମୃତ୍ୟୁ ହେବାର ଘଟଣା ଆସୁଛି । ଏହି କାରଣ କୁ କେନ୍ଦ୍ର ସରକାର ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ପୂର୍ବରୁ ରାଜ୍ୟରେ ସାତଟି ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରିବାପାଇଁ ପରାମର୍ଶ ଦେଇଥିଲେ । ମାତ୍ର ତାହା କାର୍ଯ୍ୟକାରୀ ହେଇ ନଥିବା ବେଳେ ଅମ୍ଳଜାନ ର ଆବଶ୍ୟକତା ବଢିଯାଇଛି । ଏହି କାରଣ କୁ ଦୃଷ୍ଟି ରେ ରଖି ସୁନ୍ଦରଗଡ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ସୁନ୍ଦରଗଡ ଏନଟିପିସି ଚିକିତ୍ସାଳୟ ପରିସରରେ ଏହି ପ୍ଲାଣ୍ଟ ସ୍ଥାପନ କରିଶ ପାଇଁ ଦାବି କରିଛନ୍ତି । ବିଧାୟିକା କୁସୁମ ଟେଟେ ଜିଲ୍ଲାପାଳ ଙ୍କୁ ଏକ ପତ୍ର ଲେଖି ତୁରନ୍ତ ଏହାର କାର୍ଯନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ ରାଉରକେଲା ଗସ୍ତ କରି ଜିଲ୍ଲାର କୋବିଡ଼ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି । ତାଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦେଶୀକା ଶ୍ରୀମତୀ ସାଳିନୀ ପଣ୍ଡିତ ମଧ୍ୟ ଏହି ଗସ୍ତରେ ଆସିଥିଲେ । ସମୀକ୍ଷା ପରେ ଶ୍ରୀଯୁକ୍ତ ଅସିତ କହିଲେ ଯେ ଜିଲ୍ଲାରେ ଆବସାକୀୟ ମାତ୍ରାରେ କୋବିଡ଼ ପାଇଁ ବେଡ଼ ଓ ଆଇସିଉ ରହିଛି । ଖୁବଶୀଘ୍ର ୯୦ ଟି ଆଇସିୟୁ ବେଡ଼ ଓ ୧୨୦ଟି ଅକ୍ସିଜେନ ଯୁକ୍ତ ବେଡ଼ ସ୍ଥାପନ କରାଯିବାର ସୂଚନା ଦେଇଥିଲେ । ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୫୦୦ ଅକ୍ସିଜେନ ଶଯ୍ୟା ବିଶିଷ୍ଟ ଏକ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି ।ଏହା ସୁନ୍ଦରଗଡ ଜିଲ୍ଲା ସହିତ ବିଶେଷ କରି ଚିକତ୍ସା କ୍ଷେତ୍ରରେ ରାଉରକେଲା ବାସୀଙ୍କ ପାଇଁ ସହାୟକ ହେବବୋଲି କୁହାଯାଇଛି ।
ଅକ୍ସିଜେନ ଓ ଆଇସିୟୁ ବେଡ଼ ପାଇଁ ସୁନ୍ଦରଗଡ ଜିଲ୍ଲାରେ ତେଜିଲା ରାଜନୀତି
|
May 13, 2021 |
