ଯାଜପୁର ସଦର,୧୭/୦୫ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ବହୁ ଚର୍ଚ୍ଚିତ ଅକ୍ଷୟ ବାରିକ ମୃତ୍ୟୁ ଘଟଣାକୁ ନେଇ ହଇଚଇ ହୋଇଥିବା ବେଳେ, ଏନେଇ ଗ୍ରାମବାସୀ ମାନଙ୍କ ପକ୍ଷରୁ ଅକ୍ଷୟ ମୃତ୍ୟୁର ରହସ୍ୟକୁ ନେଇ ଯାଜପୁର ଏସପି ରାହୁଲ ପିଆରଙ୍କ ସହିତ ଗ୍ରାମବାସୀଙ୍କ ଆଲୋଚନା ବିଫଳ ହୋଇଥିବା ସୂଚନା ମିଳିିଚି । ମଙ୍ଗଳପୁର ଥାନା କମାରୀଡିହ ପଂଚାୟତ ଇଟାପଡ଼ା ଗ୍ରାମର ସୁରେନ୍ଦ୍ର ବାରିକ ପୁଅ ଅକ୍ଷୟ ବାରିକ(କାଳିଆ) ମୃତ୍ୟୁ ରହସ୍ୟ ୧ମାସ ବିତିଯାଇଥିଲେ ମଧ୍ୟ ହତ୍ୟାକାରୀ ନିକଟରେ ମଙ୍ଗଳପୁର ଥାନା ପୋଲିସ ନପହଁଞ୍ôଚଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଜିଲ୍ଲା ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତିକରି ଗ୍ରାମବାସୀ ମାନେ ଯାଜପୁର ଏସପିଙ୍କ କାର୍ଯ୍ୟାଳୟରେ ପହଁଞ୍ôଚ ଆଲୋଚନା କରିବା ପାଇଁ ଯାଇଥିବା ବେଳେ, ଏସପିଙ୍କ ସହିତ ଆଲୋଚନା ବିଫଳ ହୋଇଥିବା ଜଣାଯାଇଚି । ଏନେଇ କମାରଡିହ ପଂଚାୟତ କାର୍ଯ୍ୟାଳୟ ନିକଟରେ ଜନ ଆନ୍ଦୋଳନ ଜାରିରହିଥିବା ଦେଖିବାକୁ ମିଳିଚି । ଏହି ଜନ ଆନ୍ଦୋଳନ ୫ମ ଦିନରେ ପହଁଞ୍ôଚଥିବା ବେଳେ, ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ କଂଗ୍ରେସ, କମ୍ୟୁନିଟ ପକ୍ଷରୁ ରବିବାର ଠାରୁ ରାସ୍ତାରୋକ କରାଯିବା ପାଇଁ ନିସ୍ପତି କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ୨୦ ନଂ ଜାତୀୟ ରାଜପଥ ଅଚଳ ହୋଇ ପଡ଼ିବା ସହିତ ରାସ୍ତାରୋକ ନକରିବା ପାଇଁ ପୋଲିସର କଡ଼ା ନିର୍ଦ୍ଦେଷ ରହିଥିବା ବେଳେ, ରାସ୍ତାରୋକ କରାଗଲେ ଗିରଫ କରାଯିବ ବୋଲି ଧମକ ଦିଆଯାଇଚି । ଏନେଇ ଜିଲ୍ଲା ଏସପି ରାହୁଲ ପିଆର ମଙ୍ଗଳପୁର ଥାନାରେ ପହଁଞ୍ôଚ ମୃତ ଅକ୍ଷୟଙ୍କ ଭାଈ, ବାପାଙ୍କ ସହିତ ଆଲୋଚନା କରିଥିଲେ । ଥାନା ଅଧିକାରୀଙ୍କ ସୂଚନା ମୁତାବକ ଏକ ସଂଗ୍ରାମ ସମିତି ଥାନାରେ ଉପସ୍ଥିତ ରହିଥିବା ବେଳ, ଜିଲ୍ଲା ଆରକ୍ଷୀ ଅଧକ୍ଷକ ସଂଗ୍ରାମ ସମିତିର ଚୋଉବନ ବାରିକ, ମଳୟ ପଣ୍ଡା, ପ୍ରସେସ ସୁତାର, ବାସୁଦେବ ବାରିକ ସହ ଏସପି ଆଲୋଚନା କରିଥିଲେ । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ, ରାସ୍ତାରୋକ କରାଗଲେ ଆମ ଗିରଫ କରିବୁ ବୋଲି ଏସପି କହିଥିଲେ । ଅକ୍ଷୟର ହତ୍ୟାକାରୀକୁ ୨ ଦିନ ମଧ୍ୟରେ ଧରାନଗଲେ ସଂଗ୍ରାମ ସମିତି ପକ୍ଷରୁ ରବିବାର ଦିନ ରାସ୍ତା ରୋକ କରାଯିବ ବୋଲି ଏସପିଙ୍କୁ ରୋକଠୋକ କୁହାଯାଇଥିଲା ।
ଅକ୍ଷୟ ମୃତ୍ୟୁ ଘଟଣାକୁ ନେଇ ଯାଜପୁର ଏସପିଙ୍କ ସହିତ ଆଲୋଚନା ବିଫଳ
|
June 18, 2022 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)