୭ ଜଣିଆ ଆନ୍ତଃରାଜ୍ୟ ଡକାୟତଦଳ ଗିରଫ; ମାରାଣାସ୍ତ୍ର ଓ ୨ଟି କାର ଜବତ
୭ ଜଣିଆ ଆନ୍ତଃରାଜ୍ୟ ଡକାୟତଦଳ ଗିରଫ; ମାରାଣାସ୍ତ୍ର ଓ ୨ଟି କାର ଜବତ
Manas Kumar Rout |
June 18, 2019 |
କୋରାପୁଟ ,୧୮/୬ (ସନ୍ଧାନ ନିୟୁଜ) କୋରାପୁଟ ଟାଉନ ପୋଲିସ ୭ ଜଣିଆ ଆନ୍ତଃରାଜ୍ୟ ଡକାୟତଦଳକୁ ଗିରଫ କରିଥିବା ଟାଉନଥାନାର ଭାରପ୍ରାପ୍ତ ନିରୀକ୍ଷକ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି।ଅମିତ କୁମାର, ରୋସନ କୁମାର ସିହ୍ନା, ଏମ.ଜିଲାନୀ ହୁସେନ, ବଳରାମ ଯାଦବ, ଅମିତ କୁମାର ସିଂ, ରିତିକ ସିହ୍ନା ଓ ରାଜୁ ଶର୍ମାଙ୍କୁ ପୋଲିସ ଗିରଫ କରିଥିବା ସେ ପ୍ରକାଶ କରିଛନ୍ତି।ଏମାନେ ଝାଡଖଣ୍ଡର ରାଂଚି ଅଂଚଳର ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ଟାଉନ ପୋଲିସ ରାତ୍ରୀ ପେଟ୍ରୋଲିଂ କରୁଥିବା ସମୟରେ ୨ଟି କାର ଡୁମୁରିପୁଟସ୍ଥ ଜାତୀୟ ରାଜପଥରେ ରହିଥିବା ଜାଣିବାକୁ ପାଇ ଅନୁଧ୍ୟାନ କରିବା ପରେ ଏମାନେ ଡକାୟତ କରିବାକୁ ଯୋଜନା କରୁଥିଲେ।ପୋଲିସ ୨ ଟି କାର ଜବତ କରିବା ସହ ଖଣ୍ଡା ଓ ଛୁରୀ ମାରାଣାସ୍ତ୍ର ଜବତ କରିଥିବା ସେ ସୂଚନା ଦେଇଥିଲେ।ଗିରଫ ଡକାୟତମାନେ ଅନ୍ୟ କୈାଣସି ମାମଲାରେ ଜଡିତ ଅଛନ୍ତି କି ନାହିଁ ତାହା ତଦନ୍ତ କରିବା ପରେ ଜଣାପଡିବ ବୋଲି ସେ ପ୍ରକାଶ କରିଥିଲେ।
Related Posts
About The Author