୬୦ଲିଟର ମହୁଲି ମଦ ଜବତ, ବାଇକ୍ ଜବତ, ବ୍ୟବସାୟୀ କୋର୍ଟ ଚାଲାଣ

Spread the love

ରସୁଲପୁର, ୧୨ /୩ (ସନ୍ଧାନ ନିୟୁଜ ) ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ପଂଚାୟତ ସାରଙ୍ଗପୁର ଛକ ନିକଟରୁ ସୋମବାର ବିଳମ୍ବିତ ରାତିରେ କୁଆଖିଆ ପୋଲିସ ପାଟ୍ରୋଲିଂ ଦଳ ହାତରେ ଏକ ବଡ ଧରଣର ବେଆଇନ ମହୁଲି ମଦ ଜବତ ହୋଇଛି । ପୋଲିସ ବ୍ୟବସାୟୀ ନିକଟରୁ ୬୦ ଲିଟର ମହୁଲି ମଦ ପ୍ୟାକିଂ ବସ୍ତାକୁ ଜବତ କରିବା ସହ ବାଇକ୍କୁ ଜବତ କରିଛି । ବ୍ୟବସାୟୀ ଅମୁଲ୍ୟ ଜେନାକୁ କୋର୍ଟ ଚାଲାଣ କରିଛି । ବ୍ୟବସାୟୀର ଘର କଲଣ ପଂଚାୟତ ନୂଆହାଟ ଗ୍ରାମରେ ବୋଲି ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ ଯାଜପୁର ଜିଲାରୁ ଭାୟା ସୁକିନ୍ଦା ନିର୍ବାଚନ ମଣ୍ଡଳି ଦେଇ ଢେଙ୍କାନାଳ ଜିଲା ଦେଇ ବ୍ୟାପକ ଚୋରା ଦେଶୀ ମଦ କାରବାର ହେଉଛି ବୋଲି ପୋଲିସ ଜାଣିବାକୁ ପାଇଥିଲା । ନିର୍ବାଚନ ସମୟରେ ବେଆଇନ ମଦ କାରବାର ଗାଁ ଗଣ୍ଡାରେ ଚାଲିଥିବା ଦେଶୀ ମଦ ବ୍ୟବସାୟକୁ ବନ୍ଦ କରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି । ସେହି ମୁତାବକ ବାହାର ଜିଲାରୁ ଏହି ଥାନା ଅଂଚଳକୁ ଆସୁଥିବା ବେଆଇନ ମଦ ସଂପର୍କରେ ସୁରାକ ପାଇଥିଲା । ଏଥିପାଇଁ ସ୍ୱତନ୍ତ୍ର ଭାବରେ ଏକ ପୋଲିସ ଦଳକୁ ନିୟୋଜିତ କରାଯାଇଥିଲା । ଅମୁଲ୍ୟ ବାଇକ୍ରେ ଏକ ଟିୟୁବ ଭିତରେ ଭତ୍ତି ହୋଇ ଜରିରେ ପ୍ୟାକିଂ ହୋଇଥିବା ଏକ ବସ୍ତାକୁ ଦେଖି ପୋଲିସର ସନେ୍ଦହ ଜାତ ହୋଇଥିଲା । ତାକୁ ଯାଂଚ କରିବା ପରେ ଉକ୍ତ ଟିୟୁବରେ ମଦ ଭିର୍ତ୍ତି ଥିବାର ଜଣାପଡିଥିଲା । ପୋଲିସ ମଦ, ବାଇକ୍ ସହ ବ୍ୟବସାୟୀକୁ ଥାନାକୁ ଆଣି କୋର୍ଟ ଚାଲାଣ କରିଛି । ଏ ସଂପର୍କରେ ଥାନାରେ କେସ୍ ନଂ-୬୧/୧୯ରେ ଏକ ମାମାଲା ରୁଜୁ ହେବା ସହ ଅବକାରୀ ଆଇନ (୫୨ଏ) ଧାରା ଲାଗୁ କରାଯାଇଛି ।

Report- J Rout

Share and Subscribe 

Related Posts

About The Author

Add Comment