୫୨ କି.ମି ଦୂରତାରେ ଦୁଇ ଦୁଇଟି ଟୋଲ ଗେଟ୍ ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟ

Spread the love

ଯାଜପୁର ,୦୧/୧୦ (ସନ୍ଧାନ ନିୟୁଜ/ମାନସ ରାଉତ):ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ପତି ପାଳନ କରିବାକୁ ଯାଇ ରାଜ୍ୟ ସରକାର ନୂଆ ପରିବହନ ଆଇନକୁ କଡାକଡି କରିଛନ୍ତି । ଆରଟିଓରେ ନିୟୋଜିତ ଦଲାଲଙ୍କୁ ଗିରଫ କରାଯାଉଛି । କିନ୍ତୁ ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିଷ୍ପତ୍ତିକୁ ତିନି ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ବି କାର୍ଯକାରୀ ହୋଇପାରୁ ନାହିଁ । ଇତିମଧ୍ୟରେ ବିନା ଅଟୋମେଟିକ ବୁମରେ ପାଣିକୋଇଲି ଓ ଶ୍ରୀରାମପୁର ଟୋଲଗେଟରୁ ସଂପୃକ୍ତ ଠିକାସଂସ୍ଥା ଗାଡିମୋଟରରୁ ଦୈନିକ ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି । ରାଜ୍ୟ ସରକାର ୫-ଟି ଉପରେ ଅଧିକ ମନଯୋଗ କରୁଥିଲେ ହେଁ ଟୋଲଗେଟ ମାଧ୍ୟମରେ ଏହି ବ୍ୟାପକ ଆଇନ କାରବାରକୁ ରୋକିବାରେ ବିଫଳ ହୋଇଛନ୍ତି । ଫଳରେ ଲକ୍ଷାଧିକ ଗାଡି ମାଲିକ ଅସନ୍ତୁଷ୍ଟ ହେଉଥିମାବେଳେ ବିଭିନ୍ନ ସମୟରେ ସେଠାରେ ଟୋଲ ପ୍ଲାଜା କର୍ତ୍ତୃପକ୍ଷ ଓ ଗାଠି ମାଲିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଉଥିବା ନଜର ରହିଛି । ଏହି କାରବାର ଜିଲ୍ଲା ପ୍ରଶାସ,ରାଜନୈତିକ ନେତୃବୃନ୍ଦ ଓ କେତେଜଣ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ସହଯୋଗରେ ଚାଲିଥିବା ଅଭିଯୋଗ ହେଉଛି । ୬ ନମ୍ବର ଜାତୀୟ ରାଜପଥ (ଏନ୍ଏଚ୍)ର ଚଣ୍ଡିଖୋଲରୁ ଭଦ୍ରକ ୭୪.୫କି.ମି .୬ ଲେନ୍ ସଂମ୍ପ୍ରସାରଣ ସମୟରେ ପାଣିକୋଇଲି ଟୋଲପ୍ଲାଜା ଭଦ୍ରକ ଜିଲ୍ାର ଆଖୁଆପଦାକୁ ସ୍ଥାନାତରଣ ହେବ ବୋଲି ୨୦୧୮ ନଭେମ୍ବରରେ ଏନ୍ଏଚ୍ଆଇ ପକ୍ଷରୁ ସୂଚନା ମିଳିଥିଲା । ତେବେ ଟେଲପ୍ଲାଜା ଠିକାସ୍ଥାର ଅର୍ଥ ଓ ରାଜନୈତିକ କ୍ଷମତା ବଳରେ ଏନ୍ଏଚ୍ଆଇର ଏହି ନିଷ୍ପତି ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏନ୍ଏଚ୍ର ୬ଲେନ ସମ୍ପ୍ରସାରଣ କାର୍ଯ୍ୟ ପାଣିକୋଇଲି ଟୋଲପ୍ଲାଜା ନିକଟତର ହୋଇଛି । ଅଥଚ ଶିଳ୍ପ ଓ ଖଣି ପରିବହନରେ ଦୈନିକ ଲକ୍ଷାଧିକ ଟଙ୍କା ଆଦାୟ ହେଉଥିବା ପାଣିକୋଇଲି ଟୋଲପ୍ଲାଜା ସ୍ଥାନାତରଣ ନେଇ କୋ÷ଣସି ପଦକ୍ଷେପ ଗ୍ରହଣ କରା ନ ଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସ୍ୱଛଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଅନ୍ୟପକ୍ଷେ ଟୋଲପ୍ଲାଜା ପାଇଁ ଆଖୁଆପଦାରେ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଛି ଏବଂ ୬ ଲେନ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲେ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରଣ ହେବ ବୋଲି ଏନ୍ଏଚ୍ଆଇ ପକ୍ଷରୁ ଗତ ମେ ମସରୁ କୁହାଯାଇଥିଲା । କିନ୍ତୁ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରଣ ନେଇ ଏଯାଏ କୋ÷ଣସି ଅଗ୍ରଗତି ହୋଇପାରି ନାହିଁ । ସୂଚନା ଯୋଗ୍ୟ ଯେ , ଏନ୍ଏଚ୍ଆଇର ଗାଇଡଲାଇନ ଅନୁଯାୟୀ ଗୋଟିଏ ଟୋଲଗେଟ୍ରୁ ଅନ୍ୟ ଟୋଲଗେଟର ଦୂରତା ଅତି କମରେ ୬୦ କିଲୋମିଟର ହେବା ଆବଶ୍ୟକ । କିନ୍ତୁ ୬ ନମ୍ବର ଜାତୀୟ ରାଜପଥ , ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଏବଂ ପାଣିକୋଇଲି-କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥର ୧୦୦ କି.ମି. ଦୂରତା ମଧ୍ୟରେ ୪ଟି ଟୋଲପ୍ଲାଜା ରହିଛି । ସେଥିମଧ୍ୟରୁ ଯାଜପୁର ଜିଲ୍ଲାରେ ପାଣିକୋଇଲି ଓ ଶ୍ରୀରାମପୁରରେ ୨ଟି ଟୋଲପ୍ଲାଜା କାର୍ଯ୍ୟ କରୁଛି । କେବଳ ୬ ନମ୍ବର ଏନ୍ଏଚ୍ରେ ୫୨ . କି.ମି ଦୂରତା ମଧ୍ୟରେ ପାଣିକୋଇଲି ଓ ମଙ୍ଗୁଳି ଟୋଲପ୍ଲାଜାରୁ ଦୈନିକ ଲକ୍ଷାଧିକ ଟଙ୍କା ଟୋଲ ଫି. ଆଦାୟ ଚାଲିଛି । ଭୁବନେଶ୍ୱରରୁ ଯାଜପୁର ଜିଲ୍ଲା ଦେଇ ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରକୁ ଗଲେ ମଙ୍ଗୁଳି,ପାଣିକୋିଲି ଓ ଆନନ୍ଦପୁର ନିକଟସ୍ଥ ୩ଯି ଟୋଲପ୍ଲାଜା ଅତିକ୍ରମ କରିବାକୁ ପଡୁଛି । ତେଣୁ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଆଇ) ପକ୍ଷରୁ ମଙ୍ଗୁଳି ଟୋଲକ୍ଲାଜାକୁ ବନ୍ଦାଲୋ , ପାଣିକୋଇଲି ଟେଲପ୍ଲାଜାକୁ ଭଦ୍ରକ ଜିଲ୍ଲା ଆଖୁଆପଦା ଏବଂ ଶ୍ରୀରାମପୁର ଟୋଲପ୍ଲାଜାକୁ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇକୁ ସ୍ଥାନାନ୍ତରଣ କରିବାକୁ ୨୦୧୬ ଜୁଲାଇରେ ନିଷ୍ପତି ହୋଇଥିଲା । ଏହି ତିନି ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପରିବହନ କମିଶନର ତାଙ୍କ ପତ୍ରସଂଖ୍ୟା ୧୧୦୬୩ / ୧୯ ।୭ ।୨୦୧୬ରେ ୱାର୍କର୍ସ ସେକ୍ରେଟେରୀଙ୍କୁ ପତ୍ର ଲେଖିଥ୍ôଲେ । ହେଲେ ପତ୍ର ଜାରି ହେବାର ତିନି ବର୍ଷରୁ ଊଦ୍ଧ୍ୱର୍ ସମୟ ଅତିକ୍ରାନ୍ତ ହୋଇ ସରିଥିଲେ ହେଁ ସମ୍ପୃକ୍ତ ଠିକା ସଂସ୍ଥା ସ୍ଥାନାନ୍ତରଣକୁ ନେଇ ଅନିଚ୍ଛା ପ୍ରକାଶ କରୁଥିବା ଜଣାପଡିଛି । ଏହାବାଦ ଏହି ଟେଲପ୍ଲାଜା ନିକଟ ରାସ୍ତା ଅସନ୍ତୁଳିତ ହୋଇ ବିପଦାପନ୍ନ ହୋଇଛି । ଏ ସଂକ୍ରାନ୍ତରେ ବାଲେଶ୍ୱର ଏନ୍ଏଚ୍ଆଇ ପ୍ରକଳ୍ପ ନିଦେ୍ର୍ଦଶକ ନାଗେଶ୍ୱର ରାଓଙ୍କୁ ପଚାରିବାରୁ ,ବର୍ଷା ବରେ ଆଖୁଆପଦା ଟୋଲପ୍ଲାଜା କାର୍ଯ୍ୟ ଆରମ୍ଭ ହେବ । ବର୍ଷକ ପରେ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରଣ କରାଯିବ ବୋଲି ସେ କହିଛନ୍ତି । ତେବେ ଏଭଳି ଭାବେ ଦିନ ଗଡି ଚାଲିଥିବାବେଳେ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରଣକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଉଛି ।

Related Posts

About The Author

Add Comment