ବାଲେଶ୍ଵର,୦୨/୦୧/୨୦୨୧(ସନ୍ଧାନ ନିଉଜ / ଲିଙ୍ଗରାଜ ପଣ୍ଡା):- କଟକରେ କୋଟି କୋଟି ଟଙ୍କାର ଜିଏସ୍ଟି ଠକେଇର ପର୍ଦାଫାଶ। ମିଳିଥିବା ସୂଚନା ମୁତାବକ, ୫୧୦ କୋଟି ଟଙ୍କାର ଜିଏସ୍ଟି ଠକେଇ କାରବାର ଚାଲିଥିଲା । ୨୨ଟି ଜାଲ ସଂସ୍ଥା ନାଁରେ ଚାଲିଥିଲା ଠକେଇ ଏହି ଠକେଇ କାରବାରର ମାଷ୍ଟରମାଇଣ୍ଡ ସନ୍ଦୀପ ମହାନ୍ତିକୁ ବାଲିଅନ୍ତୁ ଅଞ୍ଚଳରୁ ଗିରଫ କରାଯାଇଛି। ଏ ସଂପର୍କରେ ଜିଏସ୍ଟି କମିଶନର ଏସ୍.କେ ଲୋହାନୀ ସୂଚନା ଦେଇଛନ୍ତି। ନିକଟରେ ଭୁବନେଶ୍ବରସ୍ଥିତ ରାମ ମନ୍ଦିର ସାମ୍ନାରେ ଥିବା ଏକ ପଞ୍ଚ ତାରକା ହୋଟେଲରେ ଜିଏସ୍ଟି ଠକେଇ କାରବାର ଚାଲିଥିଲା । ଏହି ଠକେଇର ପର୍ଦାଫାଶ କରିଥିଲେ ଜିଏସ୍ଟି ଅଧିକାରୀ । ଏହି ଠକେଇ କାରବାରରେ ୩ ଜଣ ଜିଏସ୍ଟି ଅଧିକାରୀ ସମେତ ଜଣେ ବ୍ୟବସାୟୀ ସଂପୃକ୍ତ ଥିବା ଜିଏସ୍ଟି ଅଧିକାରୀ ସୂଚନା ଦେଇଥିଲେ। ଏହସହ ୧୦ ଲକ୍ଷ ଟଙ୍କା ଜବତ ମଧ୍ୟ କରାଯାଇଥିଲା ।
୫୧୦ କୋଟି ଟଙ୍କାର ଜିଏସ୍ଟି ଠକେଇର ପର୍ଦାଫାଶ, ମାଷ୍ଟରମାଇଣ୍ଡ୍ ଗିରଫ
|
January 2, 2021 |



