୫.୬୨ ଲକ୍ଷ ଭାରତୀୟଙ୍କ ଫେସବୁକ୍‌ ଡାଟା ଚୋରି

Spread the love

ବାରିପଦା, 23.01.2021 (ସନ୍ଧାନ ନିଉଜ୍):-  ଭାରତରେ ୫.୬୨ ଲକ୍ଷ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ମାମଲାରେ କେମ୍ବ୍ରିଜ୍ ଆନାଲିଟିକା ଲିମିଟେଡ୍‌ ଏବଂ ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ମାମଲା ରୁଜୁ କରିଛି ସିବିଆଇ । ୨୦୧୮ ମସିହାରେ ଏହାର ପ୍ରାରମ୍ଭିକ ଯାଞ୍ଚ ଆରମ୍ଭ କରିଥିଲା ସିବିଆଇ । ଅଭିଯୋଗ ପ୍ରମାଣିତ ହେବା ପରେ ଯାଞ୍ଚ ଏଜେନ୍ସି, ବ୍ରିଟେନ୍‌ର ଏହି କମ୍ପାନୀମାନଙ୍କ ବିରୁଦ୍ଧରେ କେସ୍‌ ଫାଇଲ କରିଛି । ସିବିଆଇ କହିବା ମୁତାବକ, ଡାଟା ଚୋରି ମାମଲାରେ ତଦନ୍ତ କରିବା ପାଇଁ, ଫେସବୁକ ଏବଂ କେମ୍ବ୍ରିଜ୍‌ ଆନାଲିଟିକାକୁ ନିୟମ ଉଲ୍ଲଂଘନ, ତଥ୍ୟଗୁଡିକର ଦୂରୁପୋଯୋଗ, ପ୍ରୋଫାଇଲିଂ ଏବଂ କମ୍ପାନୀ ସମ୍ବନ୍ଧିତ ଡାଟା ଦୂରୁପୋଯୋଗର ତଥ୍ୟ ମଗାଯାଇଥିଲା । ଏହି ତଥ୍ୟର ବ୍ୟବହାର ଗତ ନିର୍ବାଚନ ବେଳେ କରିବାର ସମ୍ଭାବନା ଥିଲା । ତେବେ ଏହାକୁ ନେଇ ଫେସବୁକ ତାର ସଫେଇରେ କହିଥିଲା ଯେ, ପ୍ରାୟ ୫.୬୨ ଲକ୍ଷ୍ୟ ଭାରତୀୟ ୟୁଜରଙ୍କର ତଥ୍ୟ ଅବୈଧ ଭାବେ ନିଆଯାଇଥିଲା । ଅନ୍ୟପଟେ କେମ୍ବ୍ରିଜ୍‌ ଆନାଲିଟିକା ଜବାବ ଦେଇଥିଲା ଯେ, ତାକୁ ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍‌ ପକ୍ଷରୁ କେବଳ ବ୍ରିଟେନ୍‌ ୟୁଜରମାନଙ୍କ ତଥ୍ୟ ମିଳିଥିଲା । ବ୍ରିଟେନ୍‌ର ଏହି ଦୁଇ କମ୍ପାନୀ ବିରୁଦ୍ଧରେ ଅପରାଧିକ କାର୍ଯ୍ୟକଳାପ ଏବଂ ଆଇଟି ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ସିବିଆଇ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଯାଞ୍ଚ ବେଳେ ସିବିଆଇ ଜାଣିବାକୁ ପାଇଛି ଯେ, ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତା ଡଃ. ଆଲେକଜେଣ୍ଡାର କୋଗନ୍‌ ‘thisisyourdigitallife’ ନାମରେ ଏକ ଆପ୍ଲିକେସନ୍‌ ତିଆରି କରିଥିଲେ । ଫେସବୁକ୍‌ ପ୍ଲାଟଫର୍ମ ପଲିସି ଅନୁଯାୟୀ ଏହି ଆପ୍‌କୁ କେବଳ ଶିକ୍ଷଣୀୟ ଏବଂ ଅନୁସନ୍ଧାନ ଉଦ୍ଦେଶ୍ୟ ପାଇଁ ବ୍ୟବହାରକାରୀଙ୍କ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଏକାଠୀ କରିବା ପାଇଁ ଅନୁମତି ମିଳିଥିଲା । କିନ୍ତୁ ଏହି ଆପ୍‌ ଅବୈଧ ଭାବେ ଫେସବୁକ୍‌ ବ୍ୟବହାରକାରୀଙ୍କ ଡାଟା ଚୋରିକରୁଥିଲା ।

Related Posts

About The Author

Add Comment