୪୦ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ

Spread the love

ବନ୍ତଳା, ୨୯/୧୨ (ସନ୍ଧାନ ନିଉଜ) : ଅନୁଗୁଳ ଜିଲା ସ୍ୱତନ୍ତ୍ର ପୁଲିସ ସ୍କ୍ୱାର୍ଡ଼କୁ ଏକ ବଡ଼ ସଫଳତା ମିଳିଛି। ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ପୁରୁଣାକୋଟ ଥାନା ଅଞ୍ଚଳର ଯୁକୁବ ଓ ଲବଙ୍ଗୀ ଅଞ୍ଚଳରେ ଅନୁଗୁଳ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ପ୍ରାୟ ଦୁଇ ଦିନ ମିଳିତ ଅପରେସନ କରି ବ୍ୟାପକ ପରିମାଣରେ ରବିବାର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗଞ୍ଜେଇ ଗଛ ଗୁଡ଼ିକୁ କାଟିବା ସହ ପୋଡ଼ି ଦିଆଯାଇଛି। ଏଠାରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ପୁଲିସ ଏହି ସର୍ଚ୍ଚ ଅପରେସନ କରିବା ସହ ଏତେ ପରିମାଣରେ କିପରି ଗଞ୍ଜେଇ ଚାଷ ହୋଇଥିଲା ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି। ଏହାସହ ପୁରୁଣାକୋଟ ଅଞ୍ଚଳରେ ଗଞ୍ଜେଇ ଚାଷ କରି ବାହାରକୁ ପଠାଯାଉଛି ବୋଲି ମଧ୍ୟ ସୂଚନା ମିଳିଛି।

Related Posts

About The Author

Add Comment