୪ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଇଏସଓ ପ୍ରମାଣପତ୍ର ମିଳିବା ବିଷୟ : ଜିଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Spread the love

କନ୍ଧମାଳ,୨୮/୧୨ (ସନ୍ଧାନ ନିଉଜ) କନ୍ଧମାଳ ଜିଲାରେ ଗୁଣାତ୍ମକ ପରିଚାଳନା ବ୍ୟବସ୍ଥା ପାଇଁ ୪ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଇଏସ୍‌ଓ ୯୦୦୧:୨୦୧୫ ପ୍ରମାଣପତ୍ର ପାଇଛି। ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଏହା ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଗୁଣାତ୍ମକତା ବୃଦ୍ଧି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।କନ୍ଧମାଳ ଜିଲାର ୩ଟି ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଓ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ମିଳିଛି ଆନ୍ତର୍ଜାତୀୟ ଆଇଏସଓ- ୯୦୦୧;୨୦୧୫ ପ୍ରମାଣପତ୍ର। ଏହି ୪ଟି ସ୍ୱାସ୍ଥ୍ୟକେନ୍ଦ୍ର ହେଲା ଜି.ଉଦୟଗିରି ସିଏଚସି, ଫିରିଙ୍ଗିଆ ସିଏଚସି, ଟିକାବାଲି ସିଏଚସି ଓ ଗୋଛାପଡା ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ର। ଏହା କନ୍ଧମାଳ ଜିଲା ସ୍ୱସ୍ଥ୍ୟ ବିଭାଗ ପାଇଁ ଏକ ଗର୍ବର ବିଷୟ ବୋଲି କୁହାଯାଇଛି। ଆଇଏସଓ ପ୍ରମାଣପତ୍ର ଦେଉଥିବା ଆନ୍ତର୍ଜାତୀୟ ସଂସ୍ଥା ଜିଲାର ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଅନୁଧ୍ୟାନ କରିବା ପରେ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି।
ଏହି ସବୁ କେନ୍ଦ୍ରର ଚିକିତ୍ସା ବ୍ୟବସ୍ଥା, ପରିମଳ ଓ ରୋଗିସେବାକୁ ବିଚାର କରି ଆଇଏସଓ ପ୍ରମାଣପତ୍ର ଦିଆଯାଇଛି ବୋଲି ଜିଲା ମୂଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହା କନ୍ଧମାଳ ଜିଲା ପାଇଁ ଏକ ଗର୍ବର ବିଷୟ ହୋଇଥିବା ସହ ଏହାଦ୍ବାରା ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରମାନେ ମଧ୍ୟ ଉତ୍ସାହିତ ହେବେ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବିଭିନ୍ନ ମହଲରୁ ଅଭିନନ୍ଦନ କରାଯାଇଛି।

Related Posts

About The Author

Add Comment