୩୫ବର୍ଷ ପର୍ଯ୍ୟନ୍ତ ଭିକ୍ଷା କରି ଖାଉଥିଲି, ଅନେକ ସମୟରେ ଘର ପୋଛିବା ସହ ଲୋକଙ୍କୁ ଚା’ କରି ଦେଇଛି : ମୋଦୀ

Spread the love

ନୂଆଦିଲ୍ଲୀ, ୨୭/୪(ସନ୍ଧାନ ନିୟୁଜ) : ୨୦୧୯ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ ଏବେ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି ବିଭିନ୍ନ ରାଜନୈତିକ ଦଳ । ନିର୍ବାଚନକୁ ଆଖି ଆଗରେ ରଖି ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡିଆ ଟୁଡେ ଏବଂ ଆଜ୍‌ ତକ୍‌କୁ ସାକ୍ଷାତକାର ଦେଇ ନିଜ ସହ ଘଟିଥିବା ଅନେକ ଅଭୁଲ ଘଟଣା ବିଷୟରେ କହିଥିଲେ ।

ସାକ୍ଷାତକାରରେ, ଗୁଜୁରାଟରୁ ବାହାରିବା ପରେ ମୋର ଜୀବନର ସଂଘର୍ଷ ଆରମ୍ଭ ହୋଇଥିଲା । ଘର ଛାଡ଼ି ଯିବା ପରେ ମୁଁ ୩୨ବର୍ଷ ପର୍ଯ୍ୟନ୍ତ ଘରକୁ ଫେରି ନଥିଲି । କିନ୍ତୁ ମୋ ବାପାଙ୍କ ଦେହାନ୍ତ ପରେ ମୁଁ ଅନ୍ତିମ ସଂସ୍କାର ପାଇଁ ଘରକୁ ଫେରିଥିଲି । ଏହା ପରେ ପରେ ମୋତେ ଦଳ ପକ୍ଷରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କୁହାଯାଇଥିଲା । ମୋର କେଉଁଠାକୁ ଯିବା ଆସିବାର କୌଣସି ଠିକଣା ରହି ନଥାଏ । ଏଥି ପାଇଁ ମୋତେ ମାଗି କରି ଖାଇବାକୁ ପଡ଼ୁଥିଲା । ୩୫ବର୍ଷ ପର୍ଯ୍ୟନ୍ତ ମୁଁ ଖାଦ୍ୟ ଭିକ୍ଷା କରି ଖାଇଛି । ଏ କଥା ବିଶ୍ୱାସ କରିବା ଅସମ୍ଭବ ହୋଇଥିଲେ ମଧ୍ୟ ଏହା ସତ । ମୋ ଜୀବନ ଏମିତି ହିଁ ଚାଲି ଆସିଛି ।

ଗୁଜୁରାଟ ଫେରିବା ପରେ ଅହମ୍ମଦାବାଦ୍‌ର ମଣିନଗରରେ ଥିବା ହେଡ୍‌ଗେଓ୍ଵାର ଭବନରେ ମୁଁ କାମ କରିବା ଆରମ୍ଭ କରିଥିଲି । ସେଠାରେ ସକାଳ ୫ଟାରୁ ଉଠି ଝାଡ଼ୁ ପୋଛା କରିବା ସହ ସମସ୍ତଙ୍କୁ ଉଠାଇ ଚା’ ଦେବା ମୋର କାମ ଥିଲା । ପରେ ସେମାନଙ୍କୁ ଠିକ୍‌ ସମୟରେ ଖାଇବା ତିଆରି କରି ଦେଉଥିଲି । ଆଜି ବି ମୋତେ ରୋଷଇ କରିବା ପସନ୍ଦ । ଆଜି ବି ମୁଁ ପୋହା ଏବଂ ଖିଚ୍‌ଡି ତିଆରି କରିବାକୁ ଭଲ ପାଏ ବୋଲି କହିଥିଲେ ମୋଦୀ।

Related Posts

About The Author

Add Comment