୩ୟ ଟି-୨୦: ୱେଷ୍ଟଇଣ୍ଡିଜକୁ ୧୪୬ ରନ୍‌ରେ ଅଟକାଇଲା ଭାରତ, ଦିପକ ଚହରଙ୍କୁ ୩ ଓ୍ଵିକେଟ୍‌

Spread the love

ଗୟନା, ୬/୮ (ସନ୍ଧାନ ନିଉଜ) : ଅନ୍ତିମ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭାରତ ମଙ୍ଗଳବାର ୧୪୬ ରନ୍‌ରେ ଅଟକାଇଛି। ଗୟନାର ପ୍ରୋଭିଡିଏନସ୍‌ ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ ହରାଇ ୧୪୬ ରନ୍‌ କରିବା ପରେ ଭାରତକୁ ୧୪୭ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।

ଭାରତର ଯୁବ ବୋଲର ଦିପକ ଚହର ୩ ଓଭର ବୋଲିଂ କରି ୩ଟି ଓ୍ଵିକେଟ ନେଇଛନ୍ତି। ସେହିଭଳି ନଭଦୀପ ସାଇନି ୨ଟି ଓ ରାହୁଲ ଚହର ଗୋଟିଏ ଓ୍ଵିକେଟ ନେଇଛନ୍ତି। ୱେଷ୍ଟଇଣ୍ଡିଜ ପାଇଁ କିରନ ପୋଲାର୍ଡ ୫୮ ରନ୍‌, ରାମବନ ପାେଓ୍ଵଲ ଅପରାଜିତ ୩୨ ରନ୍‌ କରିଥିଲେ। ସେହିପରି ଇଭିନ୍‌ ଲୁଇସ ଓ ଅଧିନାୟକ କାର୍ଲୋସ ବ୍ରାଥେଓ୍ଵଟ୍‌ ୧୦-୧୦ ରନ୍‌ ଯୋଡ଼ିଥିଲେ।

Related Posts

About The Author

Add Comment