୩ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ

Spread the love

ଷ୍ଟକ୍‌ହୋମ୍‌,୦୮/୧୦ (ସନ୍ଧାନ ନିୟୁଜ) ଚଳିତ ବର୍ଷ ପାଇଁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବାକୁ ସୁଇଡିସ୍‌ ଏକାଡେମୀ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଉଛନ୍ତି ଆମେରିକୀୟ ବୈଜ୍ଞାନିକ ଜେମ୍ସ୍‌ ପେବଲ୍ସ, ସୁଇସ୍‌ ବୈଜ୍ଞାନିକ ମାଇକେଲ୍‌ ମେୟର ଏବଂ ଦିଦିଆର୍‌ କ୍ସୋଲେଜ୍‌। କସମୋଲୋଜି କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଲାଗି ଜେମ୍ସ୍‌ ପେବଲ୍ସଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ସେହିପରି ସୌର ମଣ୍ଡଳ ଭଳି ନକ୍ଷତ୍ର ଚାରିପଟେ ଘୁରିବୁଲୁଥିବା ଏକ୍ସୋ-ପ୍ଲାନେଟ୍‌ ଉପରେ ଉଲ୍ଲେଖନୀୟ ଗବେଷଣା ଲାଗି ମାଇକେଲ୍‌ ମେୟର ଏବଂ ଦିଦିଆର୍‌ କ୍ସୋଲେଜଙ୍କୁ ନୋବେଲ ସମ୍ମାନରେ ସମ୍ମାନୀତ କରାଯିବ।

Related Posts

About The Author

Add Comment