୩ ଦାବିନେଇ ରାଜ ରାସ୍ତା ଅବରୋଧ କଲେ ମହିଳା

Spread the love

ଜଖପୁରା, ୧୪/୧୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଦାନଗଦି ବ୍ଲକ ଅନ୍ତର୍ଗତ ଜଖପୁରା ଥାନା ଅଧିନ ପଙ୍କପାଳ ପଞ୍ଚାୟତ ଅଧିନ ନୂଆସାହିର ମହିଳା ମାନେ ଆଜି ସନ୍ଧ୍ୟାରେ ବିଜୁପଟ୍ଟନାୟକ ମିଲେଟ୍ରି ରାଜ ପଥକୁ ଅବରୋଧ କରିଛନ୍ତି ।ଘଟଣାରୁ ପ୍ରକାଶ ଆଜକୁ ପାଞ୍ଚ ସାତ ଦିନ ହେବ ସେମାନଙ୍କ ବିଜୁଳି କାଟିଦିଆଜିଛି  ସେମାନଙ୍କ କହିବା ଅନୁଯାୟୀ କିଛି ଲୋକଙ୍କ ବିଜୁଳୀ ବକେୟା ଥିବାରୁ ସମସ୍ତଙ୍କ ବିଜୁଳି କାଇଁ କାଟିଲେ ,୧ ,ଆମକୁ ବିଜୁଳି ଦିଆଯାଉ ୨,ଆମକୁ ପିଇବା ପାଣି ଦିଆଯାଉ,୩, ଆମକୁ ବିଜୁ ପକା ଘର ଦିଆଯାଉ , ଭୋଟ ନେଲାବେଳକୁ ନେଇଯାଉଛ ଆମମାନଙ୍କୁ କଣ ପାଇଁ ସୁବିଧା ଦଉନ ଏଇ ବାର୍ତା ନେଇ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ଜଖପୁରା ଥାନା ଅଧିକାରୀ ଲକ୍ଷଣ କୁମାର ଦଣ୍ଡସେଣା ସଦଲବଳେ ପହଁଚି ଉକ୍ତକ ଲୋକମାନଙ୍କୁ ବୁଝାସୁଝା କରିଥିଲେ ।ପରେ ସ୍ଥାନୀୟ ଜିଲ୍ଲା ପରିଷଦ ପହଁଞ୍ଚି ମିଳିତ ଭାବେ ବୁଝାସୁଝା କରିବା ପରେ ରାଜପଥ ଅବରୋଧ କାରି ମହିଳାମାନେ ରାସ୍ତାରୁ ଉଠିଥିଲେ ।ଦୀର୍ଘ ୩,୪,ଘଣ୍ଟା ଧରି ବହୁ ଗାଡ଼ି  ରାସ୍ତାର ଦୁଇ ପାର୍ଶ୍ଵରେ ଚିଡାହେବାର ଦେଖିବାକୁ ମିଳିଥିଲା।

Related Posts

About The Author

Add Comment