୨୯ ଭୂବନେଶ୍ୱର ଚାଲ ପାଇଁ ନବ ନିର୍ମାଣ କୃଷକ ସଂଘଠନର ପ୍ରସ୍ତୁତି ବୈଠକ

Spread the love

ନେଉଳପୁର, ୨୩/୧୦ (ସନ୍ଧାନ ନିୟୁଜ) ଆସନ୍ତା ୨୯ତାରିଖରେ ନବ ନିର୍ମାଣ କୃଷକ ସଂଘଠନ ପୂର୍ନବାର ରାସ୍ତାକୁ ଓଲ୍ଲାଇବା ପାଇଁ ସ୍ଥିର କରିଛି । ଏହି ଉପଲକ୍ଷେ ଯାଜପୁର ଜିଲ୍ଲା କୁଆଖିଆ ନିକଟରୁ ଏକ ଚାଷୀ ସତ୍ୟାଗହୀ ମାନେ ଭୂବନେଶ୍ୱର ଅଭିମୁଖେ ଚାଲିଚାଲି ଯବା ପାଇଁ ନିଷ୍ପତି ହୋଇଛି । ଏମାନଙ୍କୁ ସାହାର୍ଯ୍ୟ ସହଯୋଗ ଓ ବାଟରେ ଅଭ୍ୟର୍ଥନା ଜଣାଇବା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପ୍ରସ୍ତୃତି କରାଯାଇଛି । ଏହାକୁ ସଫଳ କରିବା ପାଇଁ ସୁନ୍ଦରିଆ ଠେଙ୍ଗିଆବାବା ମଠ ପରିସରରେ ଏକ ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହେବା ସହିତ ଅଭ୍ୟର୍ଥନ କମଟି ଗଠନ ହୋଇଯାଇଛି । ଏଠାରେ ରାତ୍ରିଯାପନ କରିବା ପାଇଁ ଚାଷୀ ମାନଙ୍କ ସପସ୍ତ ସୁବିଧା ଯୋଗାଇବା ପାଇଁ ପ୍ରସ୍ତୃତି ବୈଠକରେ ୫ଟି ପଂଚାୟତରୁ ଯୋଗଦେଇ ଚାଷୀ ଏବଂ ଚାଷୀ ନେତା ମାନେ ମତ ରଖିଥିଲେ । ଏଥିରେ ଅତିଥି ଭାବରେ ନବ ନିର୍ମାଣ କୃଷକ ସଂଘଠନର ରାଜ୍ୟ ଆବାହକ ଅକ୍ଷୟ କୁମାର ଯୋଗଦେଇ କିପରି ଶାନ୍ତିଶୁ୍ଙ୍ଖଳାର ସହ ସତ୍ୟାଗହୀ ମାନେ ଭୂବନେଶ୍ୱର ଯାଇ ଚାଷୀ ମାନଙ୍କ ଦାବି ଉଠାଇପାରିବେ ତାହା ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୃସିଂହ ମିଶ୍ର, ଗୋଲକ ପଲେଇ, ସରପଂଚ ଦିବାକର ବେହେରା,ଗୋପିନାଥ ମହାପାତ୍ର, ଗୋକୁଳାନନ୍ଦ ସାହୁ, ଅନିଲ କୁମାର ରାଉତ, ପିସିସି ସମ୍ପାଦକ ତଥା ସ୍ୱାମୀ ବିବେକାନନ୍ଦ କୃଷକ ସଂଘ ସଭାପତି ଅଧିର କୁମାର ଜେନା, ବସନ୍ତ ପରିଡା, ନକଳୁ ବାରିକ, ଅଜିତ ରାଉତ, ରଂଜିତ ରାଉତ, ଦୃର୍ଗା ଦାଶ, ସମେତ ଆରୁହା, କଂଟିଗଡିଆ, ନେଉଳପୁର, ସୁନ୍ଦରିଆ, ହରିଦାସପୁରର ବହୁ ଚାଷୀ ନେତା ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ ପଂଚାୟତର ଚାଷୀଙ୍କୁ ନେଇ ଏକ ଅଭ୍ୟର୍ଥନା କମିଟି ଗଠନ ହୋଇଯାଇଛି ।

Related Posts

About The Author

Add Comment