ଯାଜପୁର,୧୧/୧(ସନ୍ଧାନ ନ୍ୟୁଜ)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ନିୟୁ ଲାଇଫ ୟୁଥ କ୍ଲବ ପକ୍ଷରୁ ମା ମୋତେଇ ପଡିଆରେ ଚାଲିଥିବା ୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍ର ୯ମ ଦିବସରେ ଆରୁହା ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଟଚ ଜିତି ଗଙ୍ଗାଧରପୁର ବ୍ୟାଟିଂ କରି ନିର୍ଦ୍ଧାରିତ ୧୪.୧ ଓଭରରେ ସମସ୍ତ ୱକେଟ ହରଇ ୭୪ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ଅଜିତ ନାୟକ ୧୩ବଲରେ ୧୮ ରନ୍ ଏବଂ ମୃତୁଞ୍ଜୟ ବରାଳ ୧୫ବଲରେ ୧୫ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ସୁଭାଶିଷ ସେନାପତି ୨.୧ ଓଭରରେ ୯ରନ୍ ଦେଇ ୪ଟି ୱକେଟ ଏବଂ ବିକି ରାଉତ ୪ଓଭରରେ ୫ରନ୍ ଦେଇ ୩ଟି ୱକେଟ୍ ଅକ୍ତିଆର କରିଥିଲେ । ଜବାବରେ ଆରୁହା ଦଳ ୧୨.୩ ଓଭର ମଧ୍ୟରେ ୪ ୱକେଟ ହରାଇ ବିଜୟ ଲାଭ କରିଥିଲା । ଦଳ ପକ୍ଷରୁ ବଂଟି ଜେନା ୩୬ ବଲରେ ୩୫ ରନ୍ ଏବଂ ଆଶୁତୋଷ ସାମଲ୧୧ବଲରେ ୧୫ରନ୍ ସଂଗ୍ରହ କରିିଥିଲେ । ବିପକ୍ଷ ଦଳର ବୋଲର ସୁନୀଲ ସ୍ୱାଇଁ ୪ ଓଭରରେ ୨୦ରନ୍ ଦେଇ ୨ଟି ୱକେଟ ଏବଂ ହିମାଶୁଁ ବରାଳ ୧ଓଭରରେ ୭ରନ୍ ଦେଇ ୧ଟି ୱକେଟ ଅକ୍ତିଆର କରିଥିଲେ । ସୁବାଶିଷ ସେନାପତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚନା କରାଯାଇଥିଲା । ଅତିଥି ଭାବରେ କ୍ରୀଡାବିତ୍ ତରଣିସେନ ସାମଲ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଖେଳକୁ ଶ୍ରୀାକନ୍ତ ଦାସ, ରାଜେଶ ଭଦ୍ର ପରିଚାଳନା କରିଥିବା ବେଳେ ଜଂଟି ପରିଡା, ଶିବ ପ୍ରସାଦ ବାରିକ, ସନ୍ଦିପ ଦାସ, ପିଙ୍କୁ ପରିଡା ପ୍ରମୁଖ ଧାରାବାହିକ ବିବରଣୀ ପ୍ରଦାନ କରିବା ସହିତ ସହଯୋଗ କରିଥିଲେ । ଆସନ୍ତା କାଲି ନେଉଳପୁର ଏବଂ ଜାରକା ମଧ୍ୟରେ ବନ୍ଧୁତାପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ ବୋଲି ନିୟୁ ଲାଇଫ ୟଥ୍ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।
୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍: ଆରୁହା ଫାଇନାଲରେ
|
January 11, 2019 |



