୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବିରେ ଆଜି ୧୨ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା

Spread the love

ଦେବଗଡ଼  ୧୭/୧୨/୨୫ (ସନ୍ଧାନ ନ୍ୟୁଜ ) : ଆଜି ୧୨ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି  ବନ୍ଦ ପ୍ରଭାବରେ ଦୋକାନ, ବଜାର ବନ୍ଦ ରହିବା ସହ ଯାତାୟାତ ଠପ୍ ହୋଇଯାଇଛି। ୪୯ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶହଶହ ଯାନବାହାନ ଅଟକି ରହିଛି। ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି।  ସୂଚନା ଅନୁସାରେ, ବିଗତ ବହୁ ମାସ ହେଲାଣି ପୁରୁଣା ଡାକ୍ତରଖାନାରେ ରୋଗୀ ସେବା ପାଇଁ ସମସ୍ୟା ଲାଗି ରହିଛି। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ରୋଗୀ ଏବଂ ତାଙ୍କ ପରିବାର ଲୋକେ। ତେଣୁ ଏହି ସମସ୍ୟାର ଦୂରୀକରଣ ପାଇଁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବିରେ ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ସମସ୍ତ ଦୋକାନ, ବଜାର ବନ୍ଦ ରହିବା ସହ ଯାତାୟାତ ଠପ୍ ହୋଇଯାଇଛି। ଏପରିକି ଉଭୟ ପାର୍ଶ୍ଵରେ ଶହଶହ ଯାନବାହାନ ଅଟକି ରହିଛି। ବନ୍ଦ ପାଳନ ବେଳେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ।

Related Posts

About The Author

Add Comment