୨୦୨୧ ଜନ ଗଣନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଯାଜପୁର, ୧୮/୧୧/୨୦୨୧ (ସନ୍ଧାନ ନିଉଜ) : ମଙ୍ଗଳବାର ପୂର୍ବାହ୍ନରେ ଜନ ଗଣନା ନିଦେ୍ର୍ଦଶାଳୟ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଚ୍ଥି । ଯାଜପୁରର ସମସ୍ତ ତହସିଲଦାର ଏବଂ ପୈାର ପରିଷଦର ନିୟୋଜିତ ଜନ ଗଣନା କର୍ମଚାରୀ ମାନେ ଠିକ ଭାବେ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ । ଜନ ଗଣନା କାର୍ଯ୍ୟାଳୟର ଅତିରିକ୍ତ ନିଦେ୍ର୍ଦଶିକା ମିଲିତା ଦତ୍ତ କର୍ମଚାରୀ ମାନଙ୍କୁ ନିଦେ୍ର୍ଦଶାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଆନୁସଙ୍ଗିକ ରେଜିଷ୍ଟର ଗୁଡିକୁ ଚଳିତ ମାସ ୩୦ ତାରିଖ ସୁଦ୍ଧା ପୂରଣ କରି ପଠାଇବାକୁ ପରାମର୍ଶ ଦେଇଥିଲେ । କୋଭିଡ କଟକଣା ଯୋଗୁ ଦୀର୍ଘ ୨ ବର୍ଷ ହେଲା ଜନ ଗଣନା କାର୍ଯ୍ୟରେ ବାଧା ପହଞ୍ଚିଥିଲା । ଏବେ ଏହି କାର୍ଯ୍ୟ କିପରି ତ୍ୱରିତ ପ୍ରକ୍ରିୟାରେ ଚାଲିବ, ସେଥିପ୍ରତି ସବୁ କର୍ମଚାରୀ ଯନôବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ନିଦେ୍ର୍ଦଶାଳୟର ଷ୍ଟାଟିଷ୍ଟିକାଲ ଇନ୍ଭେଷ୍ଟିଗେଟର ଉପେନ୍ଦ୍ର କୁମାର ନାୟକ କର୍ମଚାରୀ ମାନଙ୍କୁ ପ୍ରକ୍ଷେପକ ଜରିଆରେ ଜନ ଗଣନା କାର୍ଯ୍ୟକ୍ରମରେ ବିଭିନ୍ନ ଅଭିଲେଖ ବହି ଓ ବିବରଣୀ ଖାତାର ତଥ୍ୟ ଊପସ୍ଥାପନ କରିବା ସଙ୍ଗେ ସଙ୍ଗେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କର ଏହା ଗୁରୁ ଦାୟିତ୍ୱ ବୋଲି କହିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜନ ଗଣନା ନିଦେ୍ର୍ଦଶାଳୟର ବରିଷ୍ଠ ସଂଗ୍ରାହକ ସଞ୍ଜୟ କୁମାର ମାହଳିକ, କନିଷ୍ଠ ଜନ ଗଣନା ସାଇ କଲ୍ୟାଣ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment