ବାଲିଗୁଡା, ୨୯/୦୭/୨୦୨୧ (ସନ୍ଧାନ ନିଉଜ) : ବହୁ ଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲ୍ଲା କୋଟଗଡ ସ୍ଥିତ ଦେୱାନୀ ଓ ଫୌଜଦାରି ଅଦାଲତ (ଜେଏମଏଫସି)କୋର୍ଟ ବିଚାରପତି ଅନୁରାଗ ଦେହୁରୀ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୩୦ ଜଣ ଅଭିଯୁକ୍ତକୁ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି ।ଦଙ୍ଗାର ଦୀର୍ଘ ୧୩ବର୍ଷ ପରେ ଗୁରୁବାର ଆଜି ରାୟ ପ୍ରକାଶ ପାଇଛି । ତେବେ ସେଥିମଧ୍ୟରୁ ଜଣେ ଅଭିଯୁକ୍ତ ର ମୃତ୍ୟୁ ହୋଇ ଯାଇଥିବା ଯୋଗୁଁ ଅନୁପସ୍ଥିତ ଥିବାରୁ ୬ଜଣ ଅଭିଯୁକ୍ତଙ୍କ ନାମରେ ଜାମିନବିହୀନ ପରୱାନା ଜାରି ହୋଇଛି।ସୂଚନା ଯୋଗ୍ୟ ଯେ ଗତ ୨.୦୯.୦୮ରେ କୋଟଗଡ଼ ବଣ୍ଡାପିପିଲି ଗ୍ରାମ ର ଅତୁଲ ପରିଛା କୋଟଗଡ଼ ଥାନାରେ ଏତଲା ଦେଇଥିଲେ । ଏତଲା କୁ ଭିର୍ତ୍ତି କରି କୋଟଗଡ଼ ପୋଲିସ କେଶନଂ. ୩୨/୦୮,ଧାରା ୧୪୭/୫୦୬/୪୨୭/୪୫୨/୪୩୫ ରେ ମାମଲା ରୁଜୁ କରିଥିଲା। ଆଜି ଗୁରୁବାର ଏହାର ରାୟ ପ୍ରକାଶ ପାଇଥିଲା। ସରକାରଙ୍କ ପକ୍ଷରୁ ସବିତା ସାମନ୍ତରାଏ ମକଦ୍ଦମା ପରିଚାଳନା କରୁଥିଲେ।
୨୦୦୮ କନ୍ଧମାଳ ଦଙ୍ଗା ମାମଲା : ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡ ସହ ୧ ହଜାର ଟଙ୍କା ଲେଖାଏଁ ଜୋରିମାନା
|
July 29, 2021 |