୨୦୦୪ ମ୍ରେଟିକ୍ ବ୍ୟାଚ ତରଫରୁ ବାଜି ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ସୈନିକ ମାନଙ୍କୁ ସମ୍ବର୍ଦ୍ଧନା

Spread the love

ଧର୍ମଶାଳା, ୨୮/୧(ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଶ୍ୟାମସୁନ୍ଦର ଉଚ୍ଚବିଦ୍ୟାଳୟର ୨୦୦୪ ମେଟି୍ରକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ନିଆାରା ସମ୍ବର୍ଦ୍ଧନା ଉସôବ ଶ୍ୟାମସୁନ୍ଦର ମନ୍ଦିର ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ କୁଣ୍ଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବନ୍ୟ ମୁଖ୍ୟ ବକ୍ତା ଭାବେ ଗାଳ୍ପିକ ତଥା ଅଧ୍ୟାପିକା ହିରଣ୍ୟମୟୀ ମିଶ୍ର, ସମ୍ମାନୀତ ଅତିଥି ଭାବେ ଆର.ଜେ ଗୁଡି, ଏବଂ ଆର.ଜେ ଅନୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଅଂଚଳରୁ ଭାରତୀୟ ସେନାରେ କାର୍ଯ୍ୟକରିଥିବା ବହୁ ଜବାନ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ ଆର୍ଦଶ ଶିକ୍ଷକ ଏବଂ ବିଦ୍ୟାଳୟର ମେଟିକ୍ର ଟପର ମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଚାରା ରୋପଣ ଏବଂ ବାଜି ରାଉତଙ୍କ ପତିମୂର୍ତି ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଅଧ୍ୟାପିକା ସରିତା ପୃଷ୍ଟି ମଂଚ ପରିଳାନା କରିଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।

Related Posts

About The Author

Add Comment