ବାରିପଦା, ୦୪/୦୯ /୨୦ (ସନ୍ଧାନ ନିଉଜ): ପୁଲିସ ପାଟ୍ରୋଲିଂ ସମୟରେ ଗୋ ଚାଲାଣ କରୁଥିବା ଦୁଇଟି ଟ୍ରକ୍ ଜବତ ହୋଇଛି। ସେହିପରି କାରବାରରେ ସଂପୃକ୍ତ ୬ ଜଣ ଅଟକ ଅଛନ୍ତି। ଗତକାଲି ରାତି ପ୍ରାୟ ୧୨ଟା ବେଳେ ମୟୁରଭ୍ୟଜ ଜିଲ୍ଲା କରଂଜିଆ ଥାନାର ସବ୍-ଇପେକ୍ଟର ହରେକୃଷ୍ଣ ପଶ୍ଚିମକବାଟ ଓ ଏଏସ୍ଆଇ ଜୟନ୍ତୀ ମଲ୍ଲିକ କର୍ମଚାରୀଙ୍କ ସହ ଠାକୁରମୁଣ୍ଡା ରାସ୍ତାରେ ପାଟ୍ରୋଲିଂ କରୁଥିଲେ । ପାଟ୍ରୋଲିଂ ଟିମ୍ ମଣ୍ଡୁଆ ନିକଟରେ ଠାକୁରମୁଣ୍ଡା ପଟୁ ଦୁଇଟି ଟ୍ରରେ ଗୋରୁ ବୋଝେଇ ହୋଇ ଚୋରା ଚାଲାଣ କରାଯାଉଥିବା ଜାଣିବାକୁ ପାଇଥିଲା। ଫଳରେ ଟିମ୍ ଟ୍ରଗୁଡ଼ିକୁ ଅଟକାଇ ଯାଂଚ କରିଥିଲା । ଟ୍ରକ୍ ନମ୍ବର ଡବ୍ଲବି- ୨୯-ଏ-୬୨୯୬ରେ ୨୯ଟି ଗୌରୁ ଥିବା ବେଳେ ଟ୍ରକ୍ ନମ୍ବର ଓଆର୍ ୦୯-ଏଲ୍-୧୪୩୧ରେ ୫୫ଟି ୨ ଗୋରୁ ଥିବା ଦେଖିବାକୁ ମିଳିଥିଲା । ଗୋରୁଗୁଡ଼ିକୁ ଭଦ୍ରକ ଓ ଯାଜପୁର ଅଞ୍ଚଳରୁ ଅଣାଯାଇଥିଲା ଏବଂସବାଦାମପାହାଡ଼ ନିଆଯାଉଥିଲା ବୋଲି ଡ୍ରାଇଭର ପ୍ରକାଶ କରିଥିଲେ। ପରେ ୨ ଟ୍ରକ୍ ସହ ୬ ଜଣ ଚାଲାଣକାରୀଙ୍କୁ ଥାନା ଅଣାଯାଇଥିଲା। ତେବେ ଏହି ଗୋ ଚାଲାଣ ରାକେଟ୍ର ପର୍ଦାଫାସ୍ ପାଇଁ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସରୋଜିନୀ ସିଂ କହିଛନ୍ତି।
୨ଗୋରୁ ବୋଝେଇ ଟ୍ରକ ଜବତ,୬ ଅଟକ
|
September 5, 2020 |
![](https://sandhannews.com/wp-content/uploads/2018/10/sambhal_district_uttar_pradesh_cops_gunman_twitter_criminals_miscreants_1539496527_800x420-750x420.jpg)