ଯବାନଙ୍କ ରକ୍ଷା କବଚ ପାଲଟିଲା ଡ୍ରୋନ

Spread the love

ଛତିଶଗଡ,୨୧/୦୮ (ସନ୍ଧାନ ନିଉଜ) : ଡ୍ରୋନ କ୍ୟାମେରା ବଞ୍ଚାଇଲା ଯବାନଙ୍କ ଜୀବନ। ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ଆରଣପୁର ଓ କୋଣ୍ଡାବାଲିରେ ବର୍ତ୍ତିଛନ୍ତି ଯବାନ। ମାଓ କ୍ୟାମ୍ପ ଥିବା ନେଇ ସୂଚନା ମିଳିବା ପରେ ସିଆରପିଏଫ ବଡ଼ ଧରଣର ଅପରେସନ ଆରମ୍ଭ କରିଥିଲା।

ତେବେ ଅପରେସନ ପୂର୍ବରୁ ଡ୍ରୋନ ସହାୟତାରେ ସେହି ଅଞ୍ଚଳର ସ୍ଥିତିର ଅନୁଧ୍ୟାନ କରିଥିଲା ସିଆରପିଏଫ। ଏଥିରେ ୩୦ଟି ଜାଗାରେ ରାସ୍ତା କାଟିଦିଆଯାଇଥିବା ଧରାପଡ଼ିଥିଲା। ଏଥିରେ ଯବାନମାନେ ସତର୍କ ହୋଇ ସେଠାରେ ପହଞ୍ଚିବା ସହ ୩ଟି ଆଇଇଡି ଜବତ କରିଛନ୍ତି। ଡ୍ରୋନର ଚିତ୍ର ଦେଖିବା ପରେ ସିଆରପିଏଫ ନିଜର ଷ୍ଟ୍ରାଟେଜି ବଦଳାଇଥିଲା। ଡ୍ରୋନ କ୍ୟାମେରାରେ କିଛି କଳା ପୋଷାକଧାରୀଙ୍କୁ ଦେଖାଯାଇଥିବା ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ କହିଛନ୍ତି।

Related Posts

About The Author

Add Comment