୧୪୪ଅଂଚଳରୁ ଓାଗନ ବ୍ଲାଷ୍ଟିଂମେସିନ ଜବତ: ପ୍ରଶାସନ ବିଳମ୍ବରେ ପହଂଚିବାରୁ ଅସନ୍ତୋଷ ବ୍ୟକ୍ତକଲେ ଗ୍ରାମବାସୀ
୧୪୪ଅଂଚଳରୁ ଓାଗନ ବ୍ଲାଷ୍ଟିଂମେସିନ ଜବତ: ପ୍ରଶାସନ ବିଳମ୍ବରେ ପହଂଚିବାରୁ ଅସନ୍ତୋଷ ବ୍ୟକ୍ତକଲେ ଗ୍ରାମବାସୀ
Manas Kumar Rout |
June 5, 2019 |

ଯାଜପୁର, ୫/୬ (ସନ୍ଧାନ ନିୟୁଜ))ସାରା ବିଶ୍ୱ ଆଜି ପରିବେଶ ଦିବସ ପାଳନ କରୁଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଡଙ୍କାରୀ କଳାପଥର ଖାଦାନରେ ଜାତୀୟ ସବୁଜ ପ୍ରାଧରକରଣ ଅଧିକାରିଙ୍କ ଆଦେଶରେ ଜାରି ହୋଇଥିବା ଧାରା ୧୪୪ର ଖୋଲା ଉଲଙ୍ଘନ କରି ପରିବେଶକୁ ଖିନଭିନ କରୁଥିବା ଏକ ଓାଗନ ମେସିନକୁ ଗ୍ରାମବାସି ମାନେ ମିଳିତଭାବେ ଧରି ପୋଲିସ ଜିମା ଦେଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଖବର ନେବାରେ ଜଣାଯାଇଛି ଆଜି ସକାଳେ ଗ୍ରାମର କିଛି ଲୋକ ଡଙ୍କାରୀରେ ୧୪୪ଧାର ବଳବତ୍ତର ଥିବା ଜାଗାରେ ପଥର ମାଫିଆ ବୋଅଇନ ଭାବେ ବ୍ଲାଷ୍ଟିଂ ପାଇଁ ମେସିନ ପୁରାଇ ହୋଲ କରୁଥିବା ଜାଣିବାକୁ ପାଇଥିଲେ । ସେମାନେ ସେଠାରେ ଯାଇ ଦେଖନ୍ତେ ୪ନଂ ଖାଦାନରେ ଏକ ବୃହତ ଓାଗନ ମେସିନ ପଥର ପୁଟାଇବା ପାଇଁ ହୋଲ କରୁଛି । ସେମାନେ ଏହାକୁ ବନ୍ଦ କରିବା ସହ କେଉଁ ଆଦେଶ ବଳରେ କାର୍ଯ୍ୟ ଚାଲିଛି ବୋଲି ପଚାରିବାରୁ ସେମାନେ ଏଇଥରକ ଛାଡିଦିଅନ୍ତୁ ଆମେ ଆଉ ଆସିବୁ ନାହିଁ କହିବାରୁ ଉତ୍ୟକ୍ତ ଲୋକେ ମେସିନ ଚକାରୁ ପମ୍ପ ଖୋଲିଦେଇ ପ୍ରଶାସନକୁ ଜଣାଇଥିଲେ ଓ ଏ ବିଷୟରେ ଗଣମାଧ୍ୟମକୁ ସୁଚନା ଦେଇଥିଲେ । ଫଳରେ ସକାଳ ୭ଟାରୁ ଉତ୍ୟକ୍ତ ଲୋକମାନେ ମେସିନକୁ ଜଗି ରହିଥିଲେ ବି ପ୍ରଶାସନ ବହୁ ବିଳମ୍ବରେ ଆସି ପହଞ୍ଚôଥିଲା । ଏହି ପାହାଡରେ ୧୪୪ ଧାରାର ପ୍ରୟୋଗ ହେଲା ପରେ କିଛି ଦିନଧରି ପଥର ଉତ୍ତୋଳନ କାର୍ଯ୍ୟ ବନ୍ଦ ରହିଥିଲା । କିଛି ଦିନର ନିରବତା ପରେ ପଥର ମାଫିଆ ମାନେ ନିଜର ଲୋଭ ସମ୍ବରଣ କରିନପାରି କଳା ଟଙ୍କା ଲୋଭରେ ୧୪୪ଧାରାକୁ ଉଲଙ୍ଘନ କରବା ସହ ଅଦାଲତ ନିଦେ୍ର୍ଦଶକୁ ଅବମାନନା କରି ପାହାଡରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏ ସମ୍ବନ୍ଧରେ କେତେକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ବି ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନଥିଲା ପରି ଜଣା ପଡିଛି । ଏହି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଜରିମନା ଆଦୟ କରୁଥିବା ବେଳେ ବନ ବିଭାଗ ପୁରା ହାତଟେକି ଦେଇଥିବା ପରି ଜଣା ପଡୁଛି । ଏହି ମହାଦୁର୍ନୀତିକୁ ରୋକିବାକୁ ପ୍ରଶାସନ ଲାଗୁ କରିଥିବା ୧୪୪ଧାରା କେବଳ କାଗଜ କଲମରେ ସିମୀତ ରହିଛି ବୋଲି ପୁର୍ବରୁ ଏହି ଓାଗନ ବ୍ଲାଷ୍ଟିଂ କୁ ବିରୋଧ କରି ଜେଲ ଯାଇଥିବା ଡଙ୍କାରୀ ନାରି ଜାଗରଣ ସମିତିର ସଭାନେତ୍ରୀ ସାବିତ୍ରୀ ସାହୁ ଆଭିଯୋଗ କରିଛନ୍ତି । ଏହି ଚୋରି ରୋକିବାକୁ ପଡୋଶି ଢେଙ୍କାନାଳ ଜିଲ୍ଲାର ପ୍ରସାଶନ ଯେପରି ଭାବରେ ବ୍ୟବସ୍ଥାା କରିଛି ତାହା ଯାଯପୁର ଜିଲ୍ଲାପ୍ରଶାସନ ଶିଖିବା ଉଚିତ ବୋଲି ଡଙ୍କାରୀ ବଞ୍ଚାଅ ଆନେ୍ଦାଳନର ନେତା ସେର୍ବଶ୍ୱର ବେହେରା କହିଛନ୍ତି । ପ୍ରଶାସନ କୌଣସି ଦୀର୍ଘକାଳିନ ଯୋଜନା ପ୍ରସ୍ତୁତ ନକରି କେବଳ କିଛି ଜରିମନା ଆଦୟ କରି ନିଜର କର୍ତ୍ତବ୍ୟ ଶେଷ କରିଦେଉଛି । ଶତାବ୍ଦିର ଏହି ମହାଘୋଟାଲା ପଛରେ ପ୍ରଶାସନ ବିଭାଗୀୟ ଅଧିକାରୀ,ସରକାରୀ ଦଳର ଲୋକ ପ୍ରତିନିଧି, ରାଜନେତା ମାନଙ୍କର ଭାଗୀଦାର ଓ ସଂପୃକ୍ତି ରହିଥିବା ପରିଲକ୍ଷିତ ହେଉଛି । ଏହି ମହାଦୁର୍ନୀତିର ଚେର ତଳୁ ଉପରିସ୍ତର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ପ୍ରଶାସନ ଚଢାଉ ,ଜରିମନା ଏସବୁ କେବଳ ଧର୍ମକୁ ଆଖିଠାର ବୋଲି ସାଧାରଣରେ ଆଲୋଚନା ହେଉଛି । କିଛିଦିନି ତଳେ ଏହି ନିଷିଧାଞ୍ଚଳରେ କେତେକ ଗାଡି ସହ ଏକ କମ୍ପ୍ରେସର ହୋଲ କରୁଥିବା ବେଳେ ପ୍ରଶାସନ ଅଖିରେ ପଡି ଧରା ପଡି ଜବତ ହୋଇଥିଲା । ପ୍ରାପ୍ତ ଖବରରୁ ଜଣା ଯାଏ ଆଜକୁ ଦୀର୍ଘଦିନ ଧରି ଡଙ୍କାରୀ,ରାହାଡପୁର,ବିଛାଖଣ୍ଡି ପାହାଡ ପାଦଦେଶରେ ଅନେକ ଗୁଡିଏ ବେଆଇନ ମେଗା କ୍ରସର ହଜାର ହଜାର ଟ୍ରିପ ଚିପ୍ସ,ମେଣ୍ଟାଲ,ବଜୁରି ଆଦି ମହଜୁଦ ରଖି ଅନାୟସରେ ବେପାର କରୁଛନ୍ତି ।
Related Posts
About The Author