୧୪୦୦ ରୋଜଭ୍ୟାଲି ଚିଟଫଣ୍ଡ ଜମାକାରୀଙ୍କ ଜମାଖାତାକୁ ଫେରିବ ଟଙ୍କା, ପ୍ରସାଶନିକ ସ୍ତରରେ ତତ୍ପରତା
୧୪୦୦ ରୋଜଭ୍ୟାଲି ଚିଟଫଣ୍ଡ ଜମାକାରୀଙ୍କ ଜମାଖାତାକୁ ଫେରିବ ଟଙ୍କା, ପ୍ରସାଶନିକ ସ୍ତରରେ ତତ୍ପରତା
Manas Kumar Rout |
February 26, 2019 |
![](https://sandhannews.com/wp-content/uploads/2019/02/P1130333.jpg)
ରସୁଲପୁର, ୨୬/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) ରସୁଲପୁର ତହସିଲ ପକ୍ଷରୁ ରୋଜଭ୍ୟାଲି ଜମାକାରୀଙ୍କ ପ୍ରମାଣପତ୍ର ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛି । ପଂଚାୟତ ନିର୍ବାଚନ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଜମାକାରୀମାନେ ପଂଚାୟତସ୍ତତରରେ କାଗଜପତ୍ର ଦାଖଲ କରିଥିଲେ । ଉକ୍ତ କାଗଜପତ୍ରକୁ ଯାଂଚ କରିବା ପରେ ଏହି ଅଧିନସ୍ଥ ୧୪୦୦ ଜମାକାରୀ ଟଙ୍କା ଫେରି ପାଇବା ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି । ତାଲିକାରେ ସ୍ଥାନ ପାଇଥିବା ଜମାକାରୀମାନଙ୍କର ଆଧାର କାର୍ଡ, ଜମାଖାତା, ଜମାରାଶି ବଣ୍ଡ, ମନି ରସିଦ୍ ଆଦିକୁ ଦାଖଲ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ପୁଣି ସାଧାରଣ ନିର୍ବାଚନ ପୂର୍ବରୁ ଦ୍ୱତୀୟ ପର୍ଯ୍ୟାୟରେ ଯାଂଚ କାର୍ଯ୍ୟ ତହସିଲକାର୍ଯ୍ୟାଳୟରେ ଆରମ୍ଭ ହୋଇଛି । ଏଥି ସକାଶେ ଜମା ସଂପର୍କିତ କାଗଜପତ୍ର ଦାଖଲ କରିବା ପାଇଁ ତହସିଲରେ ଜମାକାରୀଙ୍କ ଭିଡ ଜମିଥିଲା । ଏହିକ୍ରମରେ କାର୍ଯ୍ୟାଳୟ ପକ୍ଷରୁ ୧୭୫ଜଣ ଜମାକାରୀଙ୍କଠାରୁ କାଗଜପତ୍ରକୁ ଗ୍ରହଣ କରିଛନ୍ତି । ଉକ୍ତ କାଗଜପତ୍ରକୁ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯିବ । ସେଠାରେ ପୁନଃର୍ବାର ଯାଂଚ କରିବା ପରେ ଜମାକାରୀଙ୍କ ଖାତାକୁ ଟଙ୍କା ପଠାଯିବ । ଅନ୍ତତଃ ପକ୍ଷେ ଜମାକାରୀମାନେ ଦାଖଲ କରିଥିବା ମୂଳ ଟଙ୍କା ଫେରି ପାଇବେ । ମାତ୍ର ତା ଉପରେ କେତେ ଟଙ୍କା ବୋନସ ମିଳିବ ସେ ନେଇ ଅଧିକାରୀଙ୍କ ନିକଟରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ତହସଦିଲ ଅଧିନରେ ଥିବା ୫ଟି ସର୍କଲ ଜରିଆରେ କାଗଜପତ୍ର ସଂଗ୍ରହ କରାଯାଉଛି । ତେବେ ନିର୍ବାଚନ ପୂର୍ବରୁ ପୁଣି କାଗଜପତ୍ର ଯାଂଚ ପ୍ରକ୍ରିୟା କେବଳ ଭେଳିକି ନାଁ ଏହି ପ୍ରକ୍ରିୟାରେ ବାସ୍ତବ ଜମାକାରୀମାନଙ୍କୁ ଟଙ୍କା ମିଳିବ ତାକୁ ଅପେକ୍ଷା ରହିଲା ।
Related Posts
About The Author