୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍‍ ମୋହର

Spread the love

ଭୁବନେଶ୍ୱର, ୨୧/୧୦ (ସନ୍ଧାନ ନିଉଜ) : ରାଜ୍ୟ କ୍ୟାବିନେଟରେ ସୋମବାର ସରକାର ୧୦ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‍ ମୋହର ମାରିଛନ୍ତି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ଅବଢା ସ୍କିମରେ ପୁରୀ ପାଇଁ ୩ବର୍ଷରେ ୩୨୦୮କୋଟି ଟଙ୍କା ଖଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିଭଳି ଚଳିତବର୍ଷ ଅବଢା ସ୍କିମରେ ୭୧୯କୋଟି ଟଙ୍କା ଖଚ୍ଚ କରାଯିବ। ଜାତି ଓ ଆୟ ପ୍ରମାଣପତ୍ର ପାଇଁ ୟୁଜର୍ସ ଫି ଦେବାକୁ ପଡିବ ନାହିଁ। ୟୁଜର୍ସ ଫି ସହିତ ଆବେଦନ ଫିକୁ ମଧ୍ୟ ଉଚ୍ଚେଦ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ତିନୋଟି ଜିଲାର ତିନୋଟି ବ୍ଲକକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେବାସହ ମୟୁରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲାର ୩ଟି ବ୍ଲକକୁ ପାଇପ୍ ଜଣ ଯୋଗାଣ ହେବ। କୁସୁମୀ, ସୁକିନ୍ଦା ଓ ହାଟଡିହ ବ୍ଲକର ୩୮୪ଗ୍ରାମକୁ ଜଳ ଯୋଗାଣ କରାଯିବ। ତିନୋଟି ବ୍ଲକକୁ ପାଇପ୍ ଜଣ ଯୋଗାଣ ପାଇଁ ୬୪୧.୫୭କୋଟି ଟଙ୍କା ଖଚ୍ଚ ହେବ ବୋଲି ସୂଚନା ମିଳିଛି।

Related Posts

About The Author

Add Comment