ୟୁରୋପୀୟ ସଂସଦରେ ଅଣା ଗଲା CAA ବିରୁଦ୍ଧରେ ପ୍ରସ୍ତାବ, ଭାରତ କହିଲା- ଏହା ଆମର ଆନ୍ତରିକ ମାମଲା

Spread the love

ନୂଆ ଦିଲ୍ଲୀ , ୨୭/୧/୨୦ (ସନ୍ଧାନ ନିଉଜ ) : ୟୁରୋପୀୟ ସଂସଦରେ ଅଣା ଗଲା CAA ର ବିରୁଦ୍ଧରେ ପ୍ରସ୍ତାବ। CAA ଭାରତରେ ଗତ ବର୍ଷ ଡିସେମ୍ବରରେ ଲାଗୁ କରାଯାଇଥିଲା। ଯାହାକୁ ନେଇକରି ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ହେଉଛି।

ୟୁରୋପୀୟ ସଂସଦର ପ୍ରସ୍ତାବରେ କୁହାଯାଇଛି, ‘‘ସିଏଏ (CAA) ଭାରତରେ ନାଗରିକତା ସ୍ଥିର କରିବା ଭାବରେ ବିପଦପୂର୍ଣ୍ଣ ପରିବର୍ତ୍ତନ କରିବ। ଏହାଦ୍ୱାରା ନାଗରିକତା ନଥିବା ଲୋକମାନଙ୍କର ସମ୍ବନ୍ଧରେ ବଡ଼ ସଂକଟ ବିଶ୍ବରେ ସୃଷ୍ଟି ହୋଇପାରେ ଏବଂ ଏହା ଏକ ବଡ଼ ମାନବ ବେଦନାର କାରଣ ବନିପାରେ।

ୟୁରୋପୀୟ ସଂସଦ ଭାରତର ସଂଶୋଧିତ ନାଗରିକତା ଆଇନ୍ ର ବିରୁଦ୍ଧରେ ତା’ର କିଛି ସଦସ୍ୟମାନଙ୍କ ଦ୍ବାରା ଆଗତ କରାଯାଇଥିବା ପ୍ରସ୍ତାବ ଉପରେ ତର୍କ କରିବା ସହିତ ମତଦାନ କରିବେ। ସଂସଦରେ ଏହି ସପ୍ତାହର ପ୍ରାରମ୍ଭରେ ୟୁରୋପିଆନ ୟୁନାଇଟେଡ ଲେଫ୍ଟ (European United Left) ନର୍ଡିକ ଗ୍ରୀନ ଲେଫ୍ଟ (Nordic Green Left) (ଜିୟୁଇ/ଏନଜିଏଲ) ମିଳିତ ଭାବରେ ପ୍ରସ୍ତାବ ଆଗତ କରିଛନ୍ତି ଏହା ଉପରେ ବୁଧବାର ଦିନ ଆଲୋଚନା ହେବ ଏବଂ ତା’ର ଗୋଟିଏ ଦିନ ପରେ ମତଦାନ ହେବ।

ଭାରତ ତରଫରୁ ଏହା ଉପରେ କୁହାଯାଇଛି କି ନୂଆ ନାଗରିକତା ଆଇନ୍ ସମ୍ପୂର୍ଣ୍ଣ ଭାବରେ ଭାରତର ଆନ୍ତରିକ ମାମଲା ଅଟେ।

ଭାରତ ସରକାର କହିଛନ୍ତିଯେ ଏହି ନୂଆ ଆଇନ୍ କୌଣସି ଲୋକଙ୍କର ନାଗରିକତା ଛଡ଼ାଇ ନେବା ପାଇଁ ନୁହେଁ କିନ୍ତୁ ଏଥିରେ ପଡ଼ୋଶୀ ଦେଶଗୁଡ଼ିକରେ ଉତ୍ପୀଡ଼ନର ଶିକାର ହେଉଥିବା ଅଳ୍ପ ସଂଖ୍ୟକଙ୍କର ରକ୍ଷା କରିବା ଏବଂ ତାଙ୍କୁ ନାଗରିକତା ଦେବା ପାଇଁ ଅଣାଯାଇଛି।

Related Posts

About The Author

Add Comment