ହୋଲିରେ ଅଘଟଣ :ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୧୦ ଜଣଙ୍କ ଗଲା ଜୀବନ

Spread the love
ଭୁବନେଶ୍ୱର, ୧୧/୦୩ (ସନ୍ଧାନ ନିୟୁଜ) ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ମିଳିଥିବା ଖବର ଅନୁସାରେ ହୋଲିରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ପାଣିରେ ବୁଡ଼ି ୧୦ ଜଣ ଏବଂ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ହୋଲି ଖେଳି ସାରି ଗାଧୋଇବା ବେଳେ ରାୟଗଡା ବଡନାଳ ଡ୍ୟାମ୍ରେ ୩ ଜଣ ବୁଡି ପ୍ରାଣ ହରାଇଛନ୍ତି । ଅଗ୍ନିଶମ କର୍ମଚାରୀ ୩ ମୃତଦେହ ଉଦ୍ଧାର କରିଛନ୍ତି । ସେପଟେ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି । ପିପିଲିରେ ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କଟକ କାଠଯୋଡିରେ ବୁଡି ଦୁଇଜଣ ପ୍ରାଣ ହରାଇଛନ୍ତି ।  ମୃତକ କଟକ ନେତାଜୀ ନଗରର ବୋଲି ଜଣାପଡିଛି । ମୃତ ଦୁଇ ଛାତ୍ର ହେଲେ ନିଶାଙ୍କ କୁମାର ପାଢୀ ଓ ଶୁଭମ କୁମାର । ହୋଲି ସାରି ଗାଧେଇବାବେଳେ ଏମାନେ ବୁଡିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତି କରାଯାଇଥିଲା । ସେଠାରେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ରାଜକନିକାରେ ଜଣେ ଏବଂ ନରାଜରେ ଜଣେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି ।

Related Posts

About The Author

Add Comment