ହୋଲିରେ ଅଘଟଣ, କେନାଲରେ ବୁଡି ଯୁବକ ମୃତ

Spread the love

ହାଟଡ଼ିହି, ୨୯/୦୩/୨୧ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଉଁଶଗଡ ପଞ୍ଚାୟତର ଜଙ୍ଘାର ଗ୍ରାମରେ ଗାଧୋଇବାକୁ ଯାଇ କେନାଲରେ ବୁଡି ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାଯାଇଛି ।ଖବରରୁ ଜଣାଯାଇଛି ଯେ ଗ୍ରାମର ପଞ୍ଚାନନ ଘଡେଇଙ୍କ ପୁଅ ବିଶ୍ୱଭୂଷଣ ଘଡେଇ(୨୩) ସୋମବାର ଦିନ ହୋଲି ଖେଳିସାରି ଦିନ ଗୋଟାଏ ସମୟରେ ଗାଧୋଇବାକୁ ନିକଟସ୍ଥ କେନାଲକୁ ଯାଇଥିଲା । ୨୦ଫୁଟରୁ ଉର୍ଦ୍ଧ ପାଣିଥିବା ଏହି କୋନଲରେ ଗାଧୋଇବା ସମୟରେ ଅସାବଧାନତା ବସତଃ ଯୋଗୁଁ ପାଣିରେ ବୁଡି ଯାଇଥିଲା । ସାଙ୍ଗରେ ଗାଧୋଉଥିବା ଅନ୍ୟ ପିଲାମାନେ ସଙ୍ଗେସଙ୍ଗେ ଆନନ୍ଦପୁର ଅଗ୍ନିଶମବାହିନୀକୁ ଖବର ଦେବାସହ ନିଜେ ଖୋଜାଖୋଜି କରିôତଲେ । ଅଗ୍ନିଶମ ବାହିନୀ ପହଞ୍ଚି ଘଣ୍ଟାଏ କାଳ ଖୋଜାଖୋଜି କରିବାପରେ ତାକୁ ଉଦ୍ଧାରକରି ଆମ୍ବୁଲାନସ ଯୋଗେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ବିଶ୍ୱଭୂଷଣ ବାପା ମାଙ୍କର ଏକମାତ୍ର ପୁଅ ଥିଲେ । ବିଶ୍ୱଭୂଷଣଙ୍କ ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Related Posts

About The Author

Add Comment