ହୋଣ୍ଡା କର୍ମଚାରୀଙ୍କ ମୃତ୍ୟୁ ସନ୍ଧେହ ଘେରରେ

Spread the love

ଯାଜପୁର ସଦର, ୨୬/୦୪/୨୦୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚିା । ହୋଣ୍ଡା ସୋରୁମ କର୍ମଚାରୀଙ୍କ ମୃତୁ୍ୟ ସନେ୍ଧହ ଘେରରେ ରହିଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ପାଣିକୋଇଲି ଥାନା ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ହାଟସାହି ଛକ ନିକଟରେ ଥରବା ହାଇୱା ହୋଣ୍ଡା ସୋରୁମର ଜଣେ କର୍ମଚାରୀଙ୍କ ମୃତୁ୍ୟ ସନେ୍ଧହ ଘେରରେ ରହିଥିବା ଜଣାଯାଇଚି । ଏହି ମୃତୁ୍ୟ ଘଟଣାକୁ ନେଇ ହୋଣ୍ଡା ସୋରୁମ ନିକଟରେ ଉତ୍ତେଜନା ଦେଖାଦେଇଥିବାରୁ କ୍ଷତିପୁରଣ ଦାବି କରି ଉତ୍ତେକ୍ତ ଲୋକେ ସୋରୁମରେ ତାଲା ପକାଇ ରଖିଥିବା ବେଳେ, ପାଣିକୋଇଲ ପୋଲିସ ସୋରୁମରେ ପହଁଞ୍ଚô ଉତ୍ତେଜନାକାରୀଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଏହି ଘଟଣାକୁ ନେଇ ପାଣିକୋଇଲ ଥାନରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହିତ ପୋଷ୍ଟବଟମ ପାଇଁ ପଠାଇଥିଲେ । ପୋଷ୍ଟବଟମ ରିପୋର୍ଟ ଆସିଲେ ଏହାକୁ ହତ୍ୟା କରାଯାଇଚି କି ନା ତାହା ଜଣାପଡ଼ିବ ବୋଲି ପୋଲିସ କହିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ସଦର ଥାନା ବେରୁଦା ଇସନପୁର ଗ୍ରାମର ମୁରଲି ପରିମାଣିକ ପୁଅ ମନୋଜ ପରିମାଲିକ ଦିର୍ଘ ୫ବର୍ଷ ହେଲା ଏହି ହୋଣ୍ଡା ସୋରୁମରେ କାମ କରୁଥିଲେ । କାମ ସାରି ସଂଧ୍ୟା ୬ଟାରେ ଘରକୁ ଫେରେ । ମନୋଜ ପରିବାର ଜାଣିବାକୁ ପାଇଲେ ଯେ, ମନୋଜ ଦୃଘଟଣାରେ ସମ୍ମୁଖିନ ହୋଇ ଯାଜପୁର ମେଡ଼ିକାଲରେ ଚିକିତ୍ସିତ ହେଉଚି । ପରିବାର ଲୋକେ ଯାଜପୁର ମେଡିକାଲରେ ପହଁଞ୍ଚôବା ବେଳକୁ ଡାକ୍ତର ମନୋଜର ମୃତୁ୍ୟ ଘୋଷଣା କରିସାରିଥିଲେ । ଏହାକୁ ନେଇ ପରିବାର ଲୋକମାନେ ଏହାକୁ ହତ୍ୟା କରାଯାଇଚି ନା ସେ ଆତ୍ମହତ୍ୟା କରିଚି ମନୋଜର ମୃତୁ୍ୟ ଘଟଣା ସନେ୍ଧହ ଘେରରେ ରହିଥିବା ବେଳେ, କିପରି ମନୋଜର ମୃତୁ୍ୟ ଘଟିଲା ତାହା ସନେ୍ଧହ ପରିଶରରେ ରହିଚି । ମନୋଜର ପଛ ମୁ୍ଣ୍ଡ ମାଡ଼ ହୋଇଥିବା ଦେଖିବାକୁ ମିଳିଥିବା ବେଳେ, ଏହାକୁ ହତ୍ୟା କରାଯାଇଚି କେଉଁ କାରଣରୁ ମନୋଜର ମୃତୁ୍ୟ ଘଟିଚି ତାହା ଏବେବି ସନେ୍ଧହରେ ରହିଚି । ସୋରୁମରେ ଲାଗିଥିବା ଫୁଟେଜକୁ ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଚି । ଏଠାରେ ପ୍ରଶ୍ନ ଉଠେ ୧୧ଟାରେ ମନୋଜର ମୃତୁ୍ୟ ଘଟିଥିବା ବେଳେ, ଦିନ ୧ଟା ପର୍ଯ୍ୟନ୍ତ ମନୋଜ ପରିବାରକୁ ସୋରୁମରୁ ଖବର ଦିଆ ନଯିବାରୁ ମନୋଜ ପରିବାରରେ ମନୋଜର ମୃତୁ୍ୟ ସନେ୍ଦହ ଦେଖା ଦେଇଚି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ହତ୍ୟାର ରହସ୍ୟ ଲୋକ ଲୋଚନକୁ ଆସିପାରିବା ସହିତ ଏହି ହତ୍ୟା କାଣ୍ଡରେ ସୋରୁମର କର୍ମଚାରୀ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ପୋଲିସ ଦୃଢ଼ତାର ସହିତ ତଦନ୍ତ କରାଗଲେ ହତ୍ୟାକାରୀ ନିକଟରେ ପହଁଞ୍ଚô ପାରିବ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋର ଧରିଚି । ପକୃତ ହତ୍ୟାକାରୀକୁ ପୋଲିସ ଧରିବା ସହିତ ମନୋଜ ପରିବାରକୁ ନ୍ୟାୟ ଦେବାଲାଗି ସାଧାରଣରେ ଦାବି ହେଉିଚି ।

Related Posts

About The Author

Add Comment