ହେଲ୍ପ୍ ଦି ହୁ୍ୟମାନିଟ ଅନୁଷ୍ଠାନ ମହାବିନାୟକ ପୀଠରେ ମାଙ୍କର ମାନଙ୍କୁ ବାରମ୍ବାର ଖାଦ୍ୟ ପ୍ରଦାନ ସହିତ ପୀଠ ସଫେଇ କରୁଥିବାରୁ ସାଧାରଣରେ ପ୍ରସଂସା

Spread the love

ଯାଜପୁର- (ସ୍ୱ.ପ୍ର)କରୋନା ମହାମାରୀ ପ୍ରଭାବ ଦିନକୁ ଦିନ ସାରା ଦେଶରେ ଅଧିକ ବିସ୍ତାରିତ ହୋଇଚାଲିଛି । ମନ୍ଦିର ମସଜିଦ ଆଦି ଧର୍ମ ସଂସ୍ଥାନ ଅବଧି ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲିନାହିଁ । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ଅବସ୍ଥିତ ମହାବିନାୟକ ମନ୍ଦିର ଓ ଚଣ୍ଡି ମନ୍ଦିର ଠାରେ ଭକ୍ତ ମାନଙ୍କ ଦ୍ୱାରା ପ୍ରଦତ୍ତ ଖାଦ୍ୟକୁ ପ୍ରତୀକ୍ଷା କରି ରହିଥିବା ଶହ ଶହ ସଂଖ୍ୟାରେ ମାଙ୍କଡ ଆଦି ପଶୁ ପକ୍ଷୀ ମାନଙ୍କର ଶୋଚନୀୟ ଅବସ୍ଥାକୁ ଲକ୍ଷକରି କଟକ ସ୍ଥିତ ହେଲ୍ପ୍ ଦି ହୁ୍ୟମାନିଟ ଅନୁଷ୍ଠାନର ସଦସ୍ୟ ମାନେ ଇତି ମଧ୍ୟରେ ବାରମ୍ବାର ଖାଦ୍ୟ ଦ୍ରବ୍ୟ ପ୍ରଦାନ କରି ବାକୁ ଆସୁଛନ୍ତି । ଏହା ସହିତ ମହାବିନାୟକର ପ୍ରସିଦ୍ଧ ବନଦୂର୍ଗା ମନ୍ଦିର ଅତ୍ୟନ୍ତ ଅଂପାକ୍ତେୟ ଅବସ୍ଥାରେ ପଡିରହିଥିବାରୁ ତାହାକୁ ଅନୁଷ୍ଠାନର ସଦସ୍ୟ ମାନେ ପରିସ୍କାର ପରିଛନ୍ନ କରିଥିଲେ । ତେବେ ହେଲ୍ପ୍ ଦି ହୁ୍ୟମାନିଟ ଅନୁଷ୍ଠାନ ଇତିମଧ୍ୟରେ ୧୨ ଥରରୁ ଅଧିକ ସମୟ ଧରି ଏହି ମହାପୀଠକୁ ଆସିବା ସହିତ ମାଙ୍କଡ ଆଦି ଜୀବମାନଙ୍କୁ ଖାଦ୍ୟ ସେବା ଓ ମନ୍ଦିର ପରିସରକୁ ସଫେଇ କରୁଥିବାରୁ ସାଧାରଣରେ ସେସମାନଙ୍କ କାର୍ଯ୍ୟକ୍ରମକୁ ପ୍ରସଂସା କରା ଯାଇଛି ।

Related Posts

About The Author

Add Comment