ହେଲିକପ୍ଟରକୁ ପଥର ମାଡ଼କରି ଯୁବକ ଗିରଫ

Spread the love

ନୂଆଦିଲ୍ଲୀ,  ୩/୨/୨୦ (ସନ୍ଧାନ ନିଉଜ) : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରାଜା ଭୋଜ ବିମାନବନ୍ଦରରେଜଣେ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛି। ହ୍ୟାଙ୍ଗରରେ ଛିଡ଼ା ହୋଇଥିବା ଏକ ହେଲିକେପ୍ଟରକୁ ପଥର ମାଡ଼କରି ବ୍ୟାପକ କ୍ଷତି କରିଛି। ସିଆଇଏସଏଫ୍ ଯବାନମାନେ ଯୁବକକୁ ଧରିବାକୁ ଉଦ୍ୟମ କରିବାରୁ ସେ ରନୱେ ଆଡ଼କୁ ଦୌଡ଼ି ପଳାଇଥିଲା। ସେହି ସମୟରେ ରନୱେରେ ସ୍ପାଇସଜେଟର ଏକ ବିମାନ ଠିଆ ହୋଇଥିଲା। ବିମାନ ଆଗକୁ ଚାଲିଯିବାରୁ ଯବାନମାନେ ଯୁବକକୁ ଧରିଥିଲେ।

ଘଟଣା ସଂପର୍କରେ ସିଆଇଏସଏଫ୍ ଡେପୁଟି କମାଣ୍ଡାଣ୍ଟ୍ ବୀରେନ୍ଦ୍ର ସିଂହ କହିଛନ୍ତି ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇ ଏଭଳି କରୁଥିବା ଜଣାପଡ଼ୁଥିଲା। ଯୁବକର ନାଁ ଯୋଗେଶ ତ୍ରିପାଠୀ, ଘର ଭୋପାଳରେ ବୋଲି ଜଣାଯାଇଛି।

Related Posts

About The Author

Add Comment