ହିମାଚଳ ପ୍ରଦେଶରେ ଭୂସ୍ଖଳନ – ୪୦ରୁ ଉର୍ଦ୍ଧ୍ୱ ଲୋକ ଫସିରହିଥିବାର ଭୟ, ୪ ଉଦ୍ଧାର

Spread the love

ନୂଆ ଦିଲ୍ଲୀ ୧୧/୮(ସନ୍ଧାନ ନ୍ୟୁଜ)-:  ହିମାଚଳ ପ୍ରଦେଶର କିନ୍ନର ଜିଲ୍ଲାର ରେକୋଙ୍ଗ ପିଓ-ଶିମଲା ରାଜପଥରେ ଆଜି ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ସୂଚନାନୁସାରେ ଗୋଟିଏ ଟ୍ରକ୍ ଏବଂ ଗୋଟିଏ ବସ୍ ପଥର ଅତଡ଼ା ତଳେ ଫସିରହିଥିବାର ସୂଚନା ମିଳିଛି। ଭାରତ-ତିବ୍ଦତୀୟ ସୀମା ପୋଲିସ (ITBP) ଦଳ ଉଦ୍ଧାର ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି। ITBP ର ୩ଟି ବାଟାଲିୟନର ପ୍ରାୟ ୨୦୦ ଯବାନ ସେହି ସ୍ଥାନରେ ପହଁଚିଛନ୍ତି। କିନ୍ତୁ ପଥର ଖସିବା ଚାଲିଥିବା କାରଣରୁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଭୂସ୍ଖଳନ ବନ୍ଦ ହେବାକୁ ଉଦ୍ଧାରକାରୀ ଦଳ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟଧରି ଅପେକ୍ଷା କରିଛନ୍ତି। ପ୍ରାୟ ୪୦ ଜଣ ଲୋକ ଫସି ରହିଥିବା ସୂଚନା ମିଳିଛି। ଏହି କ୍ଷେତ୍ର ବର୍ତ୍ତମାନ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଥିବା ITBP ମୁଖପାତ୍ର ବିବେକ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି।

ଅପର ପକ୍ଷରେ କିନ୍ନର ଜିଲ୍ଲାର ନଗୁଲସାରୀ ଅଞ୍ଚଳରେ ଏକ ରାସ୍ତାରେ ଭୂସ୍ଖଳନ ହେବା ପରେ ୫୦-୬୦ ଲୋକ ଆବର୍ଜନାରେ ଫସି ରହିଥାଇପାରନ୍ତି ହିମାଚଳ ପ୍ରଦେଶର ସିଏମ ଜୟ ରାମ ଠାକୁର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ତେବେ ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ସମେତ ୪ ଜଣଙ୍କୁ ଉଦ୍ଧାର କରାଯାଇଛି ବେଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ସେନା, ଆଇଟିବିପି, ଏନଡିଆରଏଫ ଏବଂ ପୋଲିସର ଟିମ୍ ଘଟଣାସ୍ଥଳରେ ଅଛନ୍ତି। ଷ୍ଟୋନ୍‌ ସ୍ଲାଇଡିଂ ଜାରି ରହିଛି। ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ତାଙ୍କ କାର୍ଯ୍ୟରେ ସ୍ଲାଇଡ଼ିଁ ବାଧା ସୃଷ୍ଟି କରୁଛି।

“ହିମାଚଳ ପ୍ରଦେଶର କିନ୍ନୋରରେ ଭୂସ୍ଖଳନ ଅତ୍ୟନ୍ତ ଭୟଙ୍କର ହୋଇପଡିଛି କାରଣ ଅନେକ ଲୋକ ଫଶିରହିଛନ୍ତି, ପ୍ରଭାବିତ ଅଞ୍ଚଳରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଦଳୀୟ କର୍ମୀଙ୍କୁ ମୁଁ ଅନୁରୋଧ କରୁଛି” ବୋଲି ବିଜେପି ସଭାପତି ଜେପି ନଡ୍ଡା ପ୍ରକାଶ କରିଛନ୍ତି।

Related Posts

About The Author

Add Comment