ବୈଶିଙ୍ଗା, ୧୫/୦୯/୨୦ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) : ହାତୀଝୁରୀ ପଞ୍ଚାୟତ ଗୃହ ନିର୍ମାରେ ବିଳମ୍ବ ଅଭିଯୋଗ । ଏହି ଗୃହ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଥିଲେ ହେଁ ସ୍ଥାନ ନିରୂପଣ ହୋଇପାରୁ ନ ଥିବାରୁ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହୋଇଛି । ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ କି, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅବିଭକ୍ତ ସନ୍ତରା ପଞ୍ଚାୟତକୁ ବିଭକ୍ତ କରି ପୁନର୍ଗଠନ ପ୍ରକ୍ରିୟାରେ ନୂଆ କରି ହାତୀଝୁରୀ ପଞ୍ଚାୟତ କରାଯାଇଥିଲା । ନିର୍ବାଚନ ସରିବାର ୩ ବର୍ଷରୁ ଅଧିକ ସମୟ ତିଗଲାଣି । ହେଲେ ପଞ୍ଚାୟତର ନୂଆ ଅଫିସ୍ ତିଆରି ହେବା ସମ୍ଭବପର ହୋଇପାରୁ ନାହିଁ । ସ୍ଥାନ ନିରୂପଣ ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ମିଳିବା ପରେ ସ୍ଥାନ ଚିହ୍ନଟ ପାଇଁ ବେତନଟୀ ତହସିଲଦାର ଗ୍ରାମବାସୀଙ୍କ ସହାୟତା ଲୋଡ଼ିଥିଲେ । ମାତ୍ର ଗାଁ ଲୋକଙ୍କ ମଧ୍ୟରେ ଧ୍ୟରେ ଭିନ୍ନ ଭିନ୍ନ ଭିନ୍ନ ମତପ୍ରକାଶ ହୋଇଥିଲେ ମଧ୍ୟ ସ୍ଥାନ ଚିହ୍ନଟ ହୋଇ ନ ଥିବାରୁ ଗୃହ ନିର୍ମାଣରେ ବିଳମ୍ବ ହେଉଥିବା ବିଡିଓ କହିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ହୋଇ ନ ପାରିବା ଯୋଗୁଁ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।
ହାତୀଝୁରୀ ପଞ୍ଚାୟତ ଗୃହ ନିର୍ମାଣରେ ବିଳମ୍ବ
|
September 15, 2020 |
