ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା : ଟାୟାର ଦୋକାନୀଠୁ ମିଳିଥିଲା ପ୍ରଥମ ସୁରାଗ, ସନ୍ଦିଗ୍ଧ ଟ୍ରକ୍ ଓ ସିସିଟିଭି ଧରାଇଲେ ଅପରାଧୀ

Spread the love

ହାଇଦ୍ରାବାଦ, ୦୧/୧୨ (ସନ୍ଧାନ ନିଉଜ) : ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୋଲିସ କେବଳ ସମାଧାନ କରିନି, ସମସ୍ତ ୪ ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି। ଏତେବଡ ଘଟଣାକୁ ମାତ୍ର କେଇ ଘଣ୍ଟାରେ ସମାଧାନ କରି ହାଇଦ୍ରାବାଦ ପୋଲିସ ସମସ୍ତଙ୍କୁ ଚକିତ କରିଦେଇଛି। ତେବେ ଏତେ ଶୀଘ୍ର ଏତେବଡ ମାମଲାର କିପରି ସମାଧାନ ହେଲା ଏବେ ତା ଉପରେ ସମସ୍ତଙ୍କର ନଜର। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ଟାୟାର ମେକାନିକଙ୍କ ସୂଚନା ହିଁ ପ୍ରଥମେ ପୋଲିସକୁ ଅପରାଧୀ ପର୍ଯ୍ୟନ୍ତ ପହଞ୍ଚାଇବାରେ ସହାୟକ ହୋଇଥିଲା।   ତେବେ ଆସନ୍ତୁ ଜାଣିବା କେମିତି ଧରାପଡିଲେ ଅପରାଧୀ।

ଏପରି ମିଳିଥିଲା ପ୍ରଥମ ସୁରାଗ ମାମଲାର ୪ ଜଣ ଅପରାଧୀ ମୋହମ୍ମଦ ଆରିଫ, ଶିବା, ନବୀନ ଓ ସି.ଚେନ୍ନକେଶବଲୁ ଅପରାଧ ପୂର୍ବରୁ ଟୋଣ୍ଡୁପଲ୍ଲୀ ଟୋଲ ପ୍ଲାଜା ନିକଟରେ ମଦ ପିଇଥିଲେ। ତେବେ ସବୁଠୁ ବଡ କଥା ହେଲା ଯୁବତୀଙ୍କୁ ଫସାଇବାକୁ ସେମାନେ ଯେଉଁ ଜାଲ ବିଛାଇଥିଲେ ସେହି ଜାଲରେ ହିଁ ଶେଷରେ ସେମାନେ ଧରାପଡିଛନ୍ତି। ଶାଦନଗର ଅଣ୍ଡରପାସ ନିକଟରେ ଦରପୋଡା ଶବ ସମ୍ପର୍କରେ ସୂଚନା ପାଇ ପ୍ରଥମେ ସାଇବରାବାଦ ପୋଲିସ ପହଞ୍ଚିଥିଲା। ମାମଲାର ତଦନ୍ତ ବେଳେ ଅପରାଧୀଙ୍କ ସମ୍ପର୍କରେ ପ୍ରଥମ ସୁରାଗ ଜଣେ ଟାୟାର ଦୋକାନୀଙ୍କ ଠାରୁ ମିଳିଥିଲା।

ଯୁବତୀଙ୍କ ଗାଡି ରାସ୍ତାରେ ଖରାପ ହେବାରୁ ସେ ପ୍ରଥମେ ଘରକୁ ଫୋନ କରି ଜଣାଇଥିଲେ। ତାଙ୍କ ଭଉଣୀଙ୍କ ସୂଚନା ଅନୁସାରେ ୪ ଜଣ ଅଜଣା ଲୋକ ତାଙ୍କୁ ଗାଡି ସଜାଡିବାରେ ସହାୟତା କରିଥିଲେ। ଏହି ସୂଚନାରୁ ପୋଲିସ ପ୍ରଥମେ ଘଟଣା ଆଖପାଖର ଟାୟାର ଦୋକାନୀଙ୍କ ଅନୁସନ୍ଧାନ କରିଥିଲା। ଏଥିରେ ଦୋକାନୀ ଏକ ଲାଲ ରଙ୍ଗର ବାଇକରେ ପଙ୍କଚର ଟାୟାର ସଜାଡିକୁ କେହି ଆସିଥିବାର ସୂଚନା ଦେଇଥିଲା।

ସନ୍ଧିଗ୍ଧ ଟ୍ରକ ଧରାଇଲା ଅପରାଧୀଙ୍କୁ ସେମାନେ ଟାୟାର ଠିକ କରି ରଙ୍ଗ ରାସ୍ତାରେ ଯାଇଥିବାର ମେକାନିକ ପୋଲିସକୁ କହିଥିଲା। ଏଣୁ ପୋଲିସର ନଜର ସିସିଟିଭି କ୍ୟାମେରା ଆଡକୁ ଯାଇଥିଲା। ରୋଡ ସିସିଟିଭି ଯାଞ୍ଚ ବେଳେ ୨ ଜଣ ଅଭିଯୁକ୍ତଙ୍କୁ ସ୍କୁଟର ସହ ଛିଡା ହୋଇଥିବା ଦେଖାଯାଇଥିଲା। ତେବେ ନିକଟରେ ଏକ ଟ୍ରକ ଅନେକ ସମୟରୁ ଥିବା ଦେଖି ପୋଲିସର ସନ୍ଦେହ ତା ଆଡକୁ ଯାଇଥିଲା। ଫଟୋ ଯାଞ୍ଚ ବେଳେ ଟ୍ରକ୍ ର ନମ୍ବର ନଥିବା ଦେଖାଯାଇଥିଲା।

ଯେତେବେଳେ ଫୁଟେଜକୁ ପଛକୁ ନିଆଯାଇଥିଲା। ଟ୍ରକ୍ ଟି ସେଠାରେ ଘଟଣାର ୬ରୁ ୭ ଘଣ୍ଟା ପୂର୍ବରୁ ଆଣି ଛିଡା କରାଯାଇଥିବା  ଦେଖାଯାଇଥିଲା। ଫଟୋର ସ୍କ୍ରିନ ସଟ୍ ରୁ ଟ୍ରକର ନମ୍ବର ମିଳିଥିଲା। ଏଥିରୁ ମାଲିକ ଶ୍ରୀନିବାସ ରେଡ୍ଡୀଙ୍କ ସହ ପୋଲିସ ସମ୍ପର୍କ ସ୍ଥାପନା କରିବା ସହ ଥାନାକୁ ଡାକି ଅଭିଯୁକ୍ତଙ୍କ ଫଟୋ ଦେଖାଇଥିଲା। ତେବେ ସେ ସ୍କୁଟର ସହିତ ଛିଡା ହୋଇଥିବା ୨ ଯୁବକଙ୍କ ଚିହ୍ନଟ କରିପାରିନଥିଲେ। ହେଲେ ଟ୍ରକ୍ ଆରିଫ ଚଳାଉଥିବାର ସେ କହିଥିଲେ।

ପେଟ୍ରୋଲ ପମ୍ପ ସିସିଟିଭିରୁ ଧରାପଡିଥିଲେ ଅଭିଯୁକ୍ତ ଗୋଟିଏ ପଟେ ପୋଲିସ ଟିମ୍ ଅପରାଧୀଙ୍କ ଅନୁସନ୍ଧାନ ଚଳାଇଥିବା ବେଳେ ଅନ୍ୟପଟେ ଆଉଗୋଟିଏ ଟିମ୍ ଅପରାଧର ତଦନ୍ତ ଚଳାଇଥିଲେ। ସେମାନେ ଶବକୁ ପୋଡିବା ଲାଗି କେଉଁ ପେଟ୍ରୋଲ ପମ୍ପରୁ ଡିଜେଲ ଓ ପେଟ୍ରୋଲ କିଣିଥିଲେ ତାର ଅନୁସନ୍ଧାନ ଚଳାଇଥିଲେ। ଏଥିରୁ ଅଭିଯୁକ୍ତମାନେ ବୋତଲରେ ତେଲ କିଣି ନେଉଥିବାର ପେଟ୍ରୋଲ ପମ୍ପ ସିସିଟିଭିରେ ସ୍ପଷ୍ଟ ଦେଖାଯାଇଥିଲା। ସେମାନଙ୍କ ଫଟୋ ଟାୟାର ମେକାନିକକୁ ଦେଖାଇବାରୁ ତା ନିକଟକୁ ପଙ୍କଚର ଟାୟାର ଆଣି ଆସିଥିବା ଅଭିଯୁକ୍ତଙ୍କୁ ସେ ଚିହ୍ନଟ କରିଥିଲା।

ତଦନ୍ତ ବେଳେ ଅପରହ୍ଣ ୪ଟାରୁ ଅଭିଯୁକ୍ତମାନେ ମଦ୍ୟପାନ କରୁଥିଲେ ବୋଲି ଜଣା ପଡିଛି। ସେମାନେ ରାତି ସାଢେ ୯ଟା ପର୍ଯ୍ୟନ୍ତ ମଦ ପିଇଥିଲେ। ତେବେ ମୋବାଇଲ ଫୋନ ଟାୱାର ଲୋକେସନ ଓ ଟ୍ରକ୍ ମାଲିକଙ୍କ ସୂଚନା ଅନୁସାରେ ପୋଲିସ ପ୍ରଥମେ ଆରିଫକୁ ଗିରଫ କରିଥିଲା। ପରେ ଅନ୍ୟ ୩ ଅଭିଯୁକ୍ତ ଧରାପଡିଛନ୍ତି।

Related Posts

About The Author

Add Comment