ରସୁଲପୁର,୧୫/୩ (ସନ୍ଧାନ ନିୟୁଜ) ରସୁଲପୁର ତହସିଲ ନରିସିଂହପୁର ରାଜସ୍ୱ ନିରୀକ୍ଷକ ଅଧିନସ୍ଥ ହରିପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ଆଦିବାସୀ ବ୍ୟକ୍ତି ରାଜେଶ ମୁଣ୍ଡାର ଘର ପୋଡି ଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ମାତ୍ର ଏ ନେଇ ନରସିଂହପୁର ରାଜସ୍ୱ ନିରୀକ୍ଷକ ଭିନ୍ନ ରିପୋର୍ଟ ପ୍ରଦାନ କରିଥିଲେ । ପୋଡିଯାଇଥିବା ଘର ରବି ବେହେରାଙ୍କର ବୋଲି ନୀରିକ୍ଷକ ଦୁର୍ଯେୟ ଷଢଙ୍ଗୀ ତହସିଲକୁ ରିପୋର୍ଟ ପ୍ରଦାନ କରିଥିଲେ । ତଦନ୍ତ ରିପୋର୍ଟ ଓ ସ୍ଥାନୀୟ ଲୋକଙ୍କ ମତ ମଧ୍ୟରେ ତାଳମେଳ ରହୁ ନଥିବାରୁ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଆଜି ଅପରାହ୍ନରେ ଘଟଣାସ୍ଥଳ ପରିଦର୍ଶନ କରି ଫେରି ଆସିଛନ୍ତି ।
ପ୍ରାପ୍ତ ସୂଚନାରୁ ଜଣାଯାଏ ମୟୁରଭଞ୍ଜ ଜିଲାରୁ ରାଜେଶ ମୁଣ୍ଡା ଓ ତାର କେତେ ଜଣ ସହଯୋଗୀ ଦୀର୍ଘଦିନ ହେବ ଆସି ହରିପୁର ଅଂଚଳରେ ରହୁଛନ୍ତି । ଏହି ଅଂଚଳରେ ରହି ଦ୍ିନ ମଜୁରିଆ ଭାବରେ କାମ କରି ପରିବାର ଚଳାଉଛନ୍ତି । ହରିପୁର ଗ୍ରାମର ରବିନ୍ଦ୍ର ବେହେରା ପୈତୃକ ଜମି ଉପରେ ଚାଳିଆ ଘର କରି ଆଶ୍ରୟ ପ୍ରଦାନ କରିଆସୁଛନ୍ତି । ଏଥିସହ ରାଜେଶର ସହଯୋଗୀମାନେ ମଧ୍ୟ ରବିନ୍ଦ୍ର ଜମିରେ ରହିଛନ୍ତି । ଗୁରୁବାର ରାତିରେ ରାଜେଶ ପରିବାର ଘରେ ନଥିବା ସମୟରେ ସେ ଆଶ୍ରୟ ନେଇଥିବା ଚାଳିଆରେ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଅଗ୍ନିକାଣ୍ଡରେ ଘଟିଥରବା କ୍ଷତିପୂରଣ ରାଜେଶ ଦାବି କରିଥିଲା । ଏ ନେଇ ତଦନ୍ତ ବେଳେ ଅଗ୍ନିକାଣ୍ଡ ଘଟିଥିବା ଚାଲିଆଟି ରବିନ୍ଦ୍ର ଜମି ଉପରେ ରହିଛି । ତେବେ ରାଜେଶ ଏହି ତହସିଲ ଅଂଚଳର ନୁହଁନ୍ତି ଏବଂ ତାଙ୍କ ନାମରେ ଘରବାଡି ଜମି ନାହିଁ । ତେବେ ତାଙ୍କୁ ସରକାରୀ ସହାୟତା ମିଳିପାରିବ ନାହିଁ ବୋଲି ତହସିଲଦାର ଶ୍ରୀ ଭୁଜବଳ ପ୍ରକାଶ କରିଛନ୍ତି । ଆଶ୍ରୟ ନେବା ତାଙ୍କୁ ତହସିଲ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଛି ବୋଲି ଜଣାପଡିଛି ।
ହରିପୁରରେ ଅଗ୍ନିକାଣ୍ଡ ଘଟଣା, ତହସିଲଦାରଙ୍କ କ୍ଷେତ୍ର ପରିଦର୍ଶନ
|
March 15, 2019 |



