ଯାଜପୁର ସଦର,୧୯ା୦୮ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ହରିପୁର ମାର୍କେଟରେ ଥିବା ସୁନା ଗହଣା ଦୋକାନ ପ୍ରସିଦ୍ଧ ଲାଭ କରିଥିବା ବେଳେ, ବାରମ୍ବାର ହରିପୁର ଗହଣା ଦୋକାନକୁ ଟାର୍ଗେଟରେ ରଖିଥିବା ବେଳେ, ଲୁଟ କରିବାପାଇଁ ଯୋଜନା କରୁଥିବା ବେଳେ, କୁଆଖିଆ ପୋଲିସ ହାତରେ ଧାରାପଡ଼ି ଗିରଫ ହେବା ଘଟଣା ଏ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲେଇ ଦେଇଚି । ଘଟଣାରୁ ପ୍ରକାଶ ଯେ, ରସୁଲପୁର ବ୍ଲକ ଅନ୍ତର୍ଗତ ହରିପୁର ବଜାରରେ ଥିବା ମା ତାରିଣୀ ପୃଷ୍ଟି ଅଳଙ୍କାର ଦୋକାନରୁ ଆନ୍ତଃଜାତୀୟ ଡକାୟତ ଲୁଟ କରିବାକୁ ପୃଷ୍ଟି ଅଳଙ୍କାର ଦୋକାନରୁ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ କୁଆଖିଆ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରି କୋଟ ଚାଲ।।ଣ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ୪ ଜଣ ଡକାୟତ ଗିରଫ ହୋଇଥିବା ବେଳେ, ଆଉ ଅନ୍ୟ ୩ଜଣ ଡକାୟତ ଫେରାର ହୋଇଯାଇଥିବା ଜଣାଯାଇଚି । ଡକାୟତ ମାନେ ଲୁଟ କରିଥିବା ପୃଷ୍ଟି ଅଳଙ୍କାର ଦୋକାନରୁ ସୁନା ଗହଣା ଏବଂ ରୁପା ଗହଣା ନଗଦ କିଛି ଟଙ୍କା ପୋଲିସ ଜବତ କରିଚି । ଡକାୟତ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ସୁନା ଗହଣା ଦୋକାନ ସୋରୁପ ପଛପାଖ ଝରକା ଏବଂ ଷ୍ଟକ ରୁମ ଡୋରକୁ ଗ୍ୟାସ କଟରରେ କାଟି ଡ୍ରରେ ରଖାଯାଇଥିବା ୧୧ଟି ସୁନା ଟିକିଲି, ୬ହଳ କାନଫୁଲ, ୧୪ଟି ନାକ ଫୁଲ, ୪ହଳ ରୁପା ପାଉଁଜି ନଗଦ କ୍ୟାସ ୨୭୭୫ଟଙ୍କା ଡକାୟତ ଲୁଟ କରିଥିଲେ ଗ୍ୟାସ କଟରରେ କଟା ଶବ୍ଦ ଶୁଣି ଉପର ମହଲାରେ ଶୋଇଥିବା କର୍ମଚାରୀ ମାନେ ସୋରୁମ ମାଲିକକୁ ଫୋନ କରିଥିଲେ । ସୋରୁମ ମାଲିକ ପ୍ରଦିପ କୁମାର ପୃଷ୍ଟି ତାଙ୍କ ସାନଭାଇ ବିଜୟ ପୃଷ୍ଟି ଦୋକାନରେ ପହଁଞ୍ôଚ ଯିବାରୁ ଡକାୟତ ମାନେ ଧରାପଡ଼ିଯିବା ଭୟରେ ଚୋରୀରେ ବ୍ୟବହାର କରାଯାଇଥିବା ସମସ୍ତ ଗ୍ୟାସ କଟର ଯନ୍ତ୍ରପାତି ଛାଡ଼ିଦେଇ ସ୍ଥାନୀୟ ସାନଗୋବିନ୍ଦପୁର ଗ୍ରାମ ନିଟସ୍ଥ କୁରୁପା ବାଡ଼ିରେ ଲୁଚି ଯାଇଥିଲେ । ଚୋରୀ ଘଟଣାକୁ ନେଇ କୁଆଖିଆ ଥାନାରେ ଅଭିଯୋଗ ହେବାପରେ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ପେଟ୍ରୋଲିଂ କରୁଥିବା ବେଳେ ଘଟଣା ସ୍ଥଳରେ ପହଁଞ୍ôଚ ୪ଜଣ ଡକାୟତକୁ ପୋଲିସ ଧରିଥିବା ବେଳେ ଡକାୟତମାନଙ୍କ ଠାରୁ ସମସ୍ତ ସୁନା ଅଳଙ୍କାର, ରୁପା ଅଳଙ୍କାର ଏବଂ ନଗଦ ଟଙ୍କା ଜବତ କରାଯାଇଥିଲା । ଗିରଫ ହୋଇଥିବା ଡକାୟତ ମାନେ ହେଲେ ଝାରଖଣ୍ଡ ରାଜ୍ୟର ରାଧାନଗର ଅଞ୍ଚଳର ସେକ୍ ରାଜୁ ସାହା(୨୫), ଜ୍ୟାଉଲ ସେକ୍(୩୭), ରାଜନୁଲ ସେକ୍(୪୬), ଭଦ୍ରକ ଧାମନଗର ଅଞ୍ଚଳର ଆସିକୁଲ ରେହେମାନ(୨୫) ବୋଲି ଜଣାଯାଇଚି । ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଡକାୟତମାନେ ଛାଡ଼ି ଯାଇଥିବା ୪ଟି ଅକ୍ସିଜେନ ସିଲିଣ୍ଡର, ୨ଟି ୫ଲିଟିରିଆ ଗ୍ୟାସ ଟାଙ୍କି, ୨ଟି ଗ୍ୟାସ କଟର ଷ୍ଟକ ରୁମ ତାଢ଼ିବା ପାଇଁ ଦୁଇଟି ସାବଳ ଗତ ୩ତାରିଖ ରାତିରେ ଏହି ଥାନା ଅନ୍ତର୍ଗତ ପ୍ରଥମାଖଣ୍ଡି ପଂଚାୟତର ସୁବାସ ସ୍ୱାଇଁଙ୍କ ଘରୁ ଚୋରିକରିଥିବା ଡକାୟତ ସ୍ୱିକାର କରିଥିଲେ । ୭ହଜାର ୯୦ଟଙ୍କା ଜବତ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ହରିପୁର ଗହଣା ଦୋକାନରୁ ଡକାୟତ କରିବା ପାଇଁ ଯୋଜନା
|
August 20, 2021 |